ଡ଼କାୟତି ଯୋଜନା କରୁଥିବା ୩ ଡ଼କାୟତ ଗିରଫ, ଲୁଟ ମ୍ୟାଜିକ ଭ୍ୟାନ ଜବତ
ନିମାପଡ଼ା,(ସନ୍ତୋଷ ଦାଶ):ଗତ ରବିବାର ରାତିରେ ଚାରିଛକ ଥାନା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ୭ ଜଣ ଡ଼କାୟତ ତୁଳସୀପୁର ର ସଭାମଣ୍ଡପ ଠାରେ ଏକତ୍ର ହୋଇ ଡ଼କାୟତି କରିବାର ଯୋଜନା କରୁଥିବା ଖବର ପାଇଥିଲା। ପେଟ୍ରୋଲିଂ ଦାୟିତ୍ଵ ରେ ଥିବା ଏସ ଆଇ କୃଷ୍ଣ ଚନ୍ଦ୍ର ପୃଷ୍ଟି ଓ ସବିତା ରାଣୀ ଦେବୀ ସଦଳବଳେ ସେଠାରେ ଚଢ଼ାଉ କରିଥିଲେ। ୩ ଜଣ ଡ଼କାୟତ ପୋଲିସ ହାତରେ ଧରା ପଡ଼ିଥିବାବେଳେ ଅନ୍ଧାର ର ସୁଯୋଗ ନେଇ ଆଉ ୪ ଜଣ ଡ଼କାୟତ ଘଟଣାସ୍ଥଳ ରୁ ଚମ୍ପଟ ମାରିଥିଲେ। ଡ଼କାୟତ ମାନଙ୍କୁ ଗିରଫ କରାଯାଇ ନିମାପଡ଼ା କୋର୍ଟ କୁ ଚାଲାଣ କରାଯାଇଛି। ଡ଼କାୟତ ମାନେ ବ୍ୟବହାର କରୁଥିବା ଏକ ଚୋରି ମ୍ୟାଜିକ ଭ୍ୟାନ କୁ ପୋଲିସ ଜବତ କରିଥିବା ବେଳେ ସେମାନଙ୍କ ଠାରୁ ଖଣ୍ଡା, କଟୁରୀ, ଲୁହା ରଡ଼ ପ୍ରଭୃତି ମାରଣାସ୍ତ୍ର ଜବତ କରିଛି। ଗିରଫ ଡ଼କାୟତ ମାନେ ହେଲେ ପିପିଲି ଥାନା ଜରିମାଳ ଗ୍ରାମ ର ଆଶିଷ ମଲ୍ଲିକ(୨୬), ଦାଣ୍ଡମୁକୁନ୍ଦପୁର ଗ୍ରାମ ର ରୁଦ୍ର ନାରାୟଣ ସ୍ବାଇଁ (୨୨) ଓ ଜୟପୁର ର ଅବଦୁଲ ସଜିଦ ଖାଁ(୩୨)। ଏମାନେ ପୂର୍ବରୁ ବହୁ ଡକାୟତି ଘଟଣାରେ ସଂପୃକ୍ତ ଥିବା ପୋଲିସ ପ୍ରକାଶ କରିଛି। ଫେରାର ହୋଇ ଯାଇଥିବା ଡ଼କାୟତ ମାନଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନ ରେ ଚଢ଼ାଉ ଜାରି ରହିଛି।