ଡାକ ଟିକଟ ପ୍ରୋତ୍ସାହନ ମେଧା ବୃତ୍ତି ଯୋଜନା
ବ୍ରହ୍ମପୁର,(ଅନିଲ କୁମାର):ବ୍ରହ୍ମପୁର ଡାକ ମଣ୍ଡଳ ଙ୍କ ପକ୍ଷରୁ ଡାକ ଟିକଟ ପ୍ରୋତ୍ସାହନ ମେଧାବୃତ୍ତି ବ୍ରହ୍ମପୁର ଡାକ କାର୍ଯ୍ୟାଳୟ ରେ ପ୍ରଦାନ୍ କରାଯାଇଛି ।୧୯୧୭ ମସିହାରୁ ସର୍ବଭାରତୀୟ ସ୍ତରରେ ଡାକ ବିଭାଗ ପକ୍ଷରୁ ଏପରି ପ୍ରୟାସ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜାରି ରହିଛି । ଚଳିତ ବର୍ଷ ୨୦୨୪ ର ଡାକ ଟିକଟ ମେଧା ବୃତ୍ତି ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଲ୍ ଛାତ୍ରୀ ଏକ ପର୍ଣ୍ଣୀକା ପଟନାୟକ, ଡିଏଭି ସ୍କୁଲ ର ଦିନେଶ କୁମାର ବେହେରା, ଓଏଭି ଶତ୍ରୁ ସୋଲ ର ଛାତ୍ର ବିଶ୍ୱଜିତ୍ ଦାସ, ଛାତ୍ରୀ ସ୍ଵାତୀ ମହାପାତ୍ର ପ୍ରମୁଖ ରହି ଡାକ ବିଭାଗ ପକ୍ଷରୁ ମେଧାବୃତ୍ତି ପାଇଛନ୍ତି । ମୁଖ୍ୟ ଅତିଥି ରୂପେ ଡାକ ମଣ୍ଡଳ ଅଧିକ୍ଷକ ବସନ୍ତ କୁମାର ପଣ୍ଡା ଓ ମୁଖ୍ୟବକ୍ତା ଭାବେ ଡ ପ୍ରାଣ ଚାନ୍ଦ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଏପରି ମେଧାବୃତ୍ତି ପ୍ରଦାନ କରି ସମ୍ମାନୀତ କରିଥିଲେ । ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର ନାଥ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।