ଡ. ଅଚ୍ୟୁତ ସାମନ୍ତଙ୍କୁ ‘ଅସ୍ମିତାର ନାୟକ’ ସମ୍ମାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ, ‘କିଟ୍‌’ ଓ ‘କିସ୍‌’ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଗତ ଏକମାସ ମଧ୍ୟରେ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ପୁରସ୍କୃତ ଏବଂ ସମ୍ମାନିତ ହୋଇଥିବାରୁ ଓଡ଼ିଶା ସଚେତନ ନାଗରିକ ଫୋରମ୍ ଏବଂ ‘ସଂସ୍କୃତି ଓ ସଂସ୍କୃତି’ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହାଦ୍ୱାରା ଦେଶ ବିଦେଶରେ ଓଡ଼ିଶାର ଯଶ ଓ ଗୌରବ ବୃଦ୍ଧି ପାଇଥିବାରୁ ଦୁଇସଂସ୍ଥା ପକ୍ଷରୁ ତାଙ୍କୁ ‘ଅସ୍ମିତାର ନାୟକ’ ଉପାଧି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି ।ସୂଚନାଯୋଗ୍ୟ ଯେ, ଗତ କିଛିଦିନ ପୂର୍ବେ ଡେରାଡୁନ ଠାରେ ଉତ୍ତରାଖଣ୍ଡ ବିଶ୍ୱ ବିଦ୍ୟାଳୟ ଡ. ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ ପ୍ରଦାନ କରିବା ଫଳରେ ତାଙ୍କର ଡକ୍ଟରେଟ ସଂଖ୍ୟା ୬୧ରେ ପହଞ୍ôଚଛି । ସେହିପରି ତାମିଲନାଡୁର ମଦୁରାଇ ଠାରେ ଆୟୋଜିତ ରବୀନ୍ଦ୍ର ସାହିତ୍ୟ ସମାରୋହରେ ମଧ୍ୟ ତାଙ୍କୁ ସ୍ୱତନ୍ତ୍ର ଭାବରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ସଭାପତି ପ୍ରଦୋଷ ପଟ୍ଟନାୟକ, ସମ୍ପାଦକ ଦିଲ୍ଲୀପ ହାଲି, ଯୁବ ସଂଗଠକ ତନ୍ମୟ ସ୍ୱାଇଁ, ଶିକ୍ଷାବିତ୍ ଅଶୋକ ପାଣ୍ଡେ ଏବଂ ଆଇନଜୀବୀ ମନୋରଞ୍ଜନ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ