ଡ.ପ୍ରଭାତ ପାଣି ଜାମସେଦପୁର ନେତାଜୀ ସୁଭାଷ ବିଶ୍ବବିଦ୍ୟାଳୟର ନୂତନ କୁଳପତି

ବାରିପଦା,(ମୁରାରୀ ମୋହନ ମହାପାତ୍ର):ଜାମସେଦପୁର ନେତାଜୀ ସୁଭାଷ ବିଶ୍ବବିଦ୍ୟାଳୟ (ଏନଏସୟୁ) ର ନୂତନ କୁଳପତି ଭାବେ ବିଛିନ୍ନାଞ୍ଚଳ ଷଢେ଼ଇକଳାର ବିଶିଷ୍ଟ ଓଡ଼ିଆ ଶିକ୍ଷାବିତ ଡ.ପ୍ରଭାତ କୁମାର ପାଣି ଦାୟିତ୍ବ ଗ୍ରହଣ କରିଥିବାରୁ ଓଡ଼ିଆଭାଷୀ ଓ ଶୁଭେଚ୍ଛୁଙ୍କ ମଧ୍ଯରେ ଆନନ୍ଦ ପ୍ରକାଶ ପାଇଛି. ଡ.ପାଣିଙ୍କ ସମ୍ମାନାର୍ଥେ ଏନଏସୟୁ ର କୁଳାଧିପତି ଏମଏମ ସିଂହ, କୁଳସଚିବ ନଗେନ୍ଦ୍ର ସିଂହ ତଥା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଉପସ୍ଥିତିରେ ଏକ ସ୍ବାଗତ ସଭା ମଧ୍ୟ ଆୟୋଜିତ ହୋଇଯାଇଛି. ପ୍ରଥମେ କୋହ୍ଲାଣ ବିଶ୍ବବିଦ୍ୟାଳୟ ଓ ପରେ ଏନଏସୟୁ ର କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିଥିବା ଓଡ଼ିଆ ବିଦ୍ବାନ ଡ.ଗଙ୍ଗାଧର ପଣ୍ଡାଙ୍କ ଆକସ୍ମିକ ବିୟୋଗ ପରେ ଆଉଜଣେ ଓଡ଼ିଆ ଡ.ପାଣି ଶୂନ୍ଯଥିବା ଏହି ମର୍ଯ୍ୟାଦାଜନକ ପଦରେ ଆସୀନ ହୋଇ ଝାଡ଼ଖଣ୍ଡ ବିଚ୍ଛିନ୍ନାଞ୍ଚଳ ଓଡ଼ିଆଭାଷୀଙ୍କୁ ଗର୍ବିତ କରିଛନ୍ତି. ଜଣେ ଉଚ୍ଚକୋଟୀର ବାଣିଜ୍ଯ ପ୍ରାଧ୍ୟାପକ, ଓଡ଼ିଆ ନାଟ୍ଯକାର, ଅଭିନେତା ଓ ନିର୍ଦ୍ଦେଶକ ଭାବେ ସୁପରିଚିତ ଡ.ପାଣି ଏହାପୂର୍ବରୁ କୋହ୍ଲାଣ ବିଶ୍ବବିଦ୍ୟାଳୟର ପରୀକ୍ଷା ଓ ବିତ୍ତ ନିୟନ୍ତ୍ରକ ଭାବେ ଦକ୍ଷତାର ଦାୟିତ୍ବ ନିର୍ବାହ କରି ପ୍ରଶଂସାଭାଜନ ହୋଇ ପାରିଥିଲେ. ବାଣିଜ୍ଯ ଓ ଅର୍ଥନୀତି ବିଷୟ ଉପରେ ଡ.ପାଣିଙ୍କ ରଚିତ ଶତାଧିକ ନିବନ୍ଧ ଓ ପୁସ୍ତକ ଝାଡ଼ଖଣ୍ଡ ଓ ଜାତୀୟସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି. ଜଗନ୍ନାଥ ସଂସ୍କୃତିର ଗବେଷକ ଓ ଓଡ଼ିଆ ସଂସ୍କୃତିର ପ୍ରଚାରକ ଡ.ପାଣି ଝାଡ଼ଖଣ୍ଡ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ଓ ଶିକ୍ଷାର ସୁରକ୍ଷା ଓ ପ୍ରସାର ପାଇଁ ସଦା ପ୍ରଚେଷ୍ଟାରତ ଅଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ