ଦୁଧିଆଣି ପଞ୍ଚସଖା ଆଦିବାସୀ କ୍ଲବ ର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ 

କରଞ୍ଜିଆ,(ଜିତେନ୍ଦ୍ର ରାଜ):କରଞ୍ଜିଆ ବ୍ଲକର ଦୁଧିଆଣି ଠାରେ ପଞ୍ଚସଖା ଆଦିବାସୀ କ୍ଲବର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି, କ୍ଳବର ସଭାପତି ସଞ୍ଜୁରଥ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମମୁଖ୍ୟଅତିଥି ରୂପେ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ସମ୍ମାନିତ ଅତିଥି ରୂପେ ପୂର୍ବତନ ବିଧାୟକ ବିଜୟ ନାଏକ, କରଞ୍ଜିଆ ବ୍ଲକ ଅଧକ୍ଷା ତଥା ଦୁଧିଆଣି ପଞ୍ଚାୟତର ସମିତି ସଭ୍ୟା ସୁଭଦ୍ରା ମାରାଣ୍ଡି, ବ୍ଲକ ଉପାଧ୍ୟକ୍ଷ ଛତିଶ ଚନ୍ଦ୍ର ମହାନ୍ତ, ସାଂସଦଙ୍କ ପ୍ରତିନିଧି ଦେବେନ୍ଦ୍ର ମହାନ୍ତ, ଦୁଧିଆଣି ସରପଞ୍ଚ ନୀତିମା ସୟ, ନାଏବ ସରପଞ୍ଚ କୃଷ୍ଣ ବାଗସି, ଧବଳେଶ୍ୱର ନାଏକ ପ୍ରମୁଖ ଯୋଗ ଦେଇ

ପାଞ୍ଚଶଖା ଆଦିବାସୀ କ୍ଲବ ଦ୍ୱାରା ଆୟୋଜିତ ଏହି ଗ୍ରାମାଞ୍ଚଳ ବାର୍ଷିକ କ୍ରୀଡା ପ୍ରତିଯୋଗିତା ରେ ଆଲିଚିକି ଭାଷାରେ ସାଧାରଣ ଜ୍ଞାନ ପ୍ରତିଯୋଗିତା, ଦୌଡ଼, ସାଧାରଣ ଜ୍ଞାନ, ହାଣ୍ଡିଫୁଟା, ମହିଳା ଦୌଡ଼ ଇତ୍ୟାଦି ପ୍ରତିଯୋଗିତା ରେ କୃତି ପ୍ରତିଯୋଗିଙ୍କୁ ପୁରସ୍କାର ବିତରଣ କରିଥିଲେ ଶିକ୍ଷକ ଅଭିମନ୍ୟୁ ପାତ୍ର ମଞ୍ଚ ପରିଚାଳନା କରିଥିଲେ, କାର୍ଯ୍ୟକ୍ରମ ପରିଚାଳନାରେ କ୍ଲବର ନାରାୟଣ ମାରାଣ୍ଡି, ନବକିଶୋର ସୟ, ଦୁର୍ଗାଚରଣ ହନହଗା, ବିରଞ୍ଚି ଶିଙ୍କୁ, ରାଜେଶ ହାଇବୁରୁ, ରାମଚନ୍ଦ୍ର ସୟ, ନରେନ୍ଦ୍ର ସୟ, ସାଉନା ଟୁଡୁଙ୍କ ସହିତ ଅନ୍ୟ ସଦସ୍ୟ ସହଯୋଗ କରିଥିଲେ କ୍ରୀଡା ପ୍ରତିଯୋଗୀତାରେ ହଜାର ହଜାର ସଂଖ୍ୟା ରେ ଉଭୟ ପୁରୁଷ ଓ ମହିଳା ଯୋଗଦେଇ କ୍ରୀଡା ପ୍ରତିଯୋଗିତାକୁ ଉପଭୋଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ