ଧାରପୁର ପଞ୍ଚାୟତରେ ମିଳିତ ଜନ ଶୁଣାଣୀ ଶିବିର ଅନୁଷ୍ଠିତ
ବରୀ, (ଚୈତନ୍ୟ ଜେନା):ବରୀ ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ପୂର୍ବାହ୍ନରେ ଧାରପୁର ପଞ୍ଚାୟତ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜନ ଅଭିଯୋଗ ଶୁଣାଣିରେ ବରୀ ବ୍ଲକର ଭାରପ୍ରାପ୍ତ ବିଡ଼ିଓ ମହେଶ୍ବର ସେଠୀ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରି ଲକ୍ଷ୍ମୀକାନ୍ତ ମହାରଣା, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ବିଭୂତି ଭୂଷଣ ପଣ୍ଡା, ଯୋଗାଣ ଅଧିକାରି ସୂର୍ଯ୍ୟକାନ୍ତ ବେହେରା, ସାମାଜିକ ସୁରକ୍ଷା ଅଧିକାରି ରଞ୍ଜିତ କୁମାର ଜେନା, ଡିଇଓ ଆଲୋକ ଅଧିକାରି, ବିପିସି ମିଶନ ଶକ୍ତି ଗଣେଶ୍ୱର ସ୍ବାଇଁ, ଉଦ୍ୟାନ କୃଷି ଅଧିକାରିଣୀ ମୋନାଲିସା ଅଧିକାରି, କୃଷି ଅଧିକାରିଣୀ ରୂପାଲି ପଣ୍ଡା, ପଶୁ ଚିକିତ୍ସା ଅଧିକାରିଣୀ ଏମ ଆର ଦିବ୍ୟ ଦର୍ଶିନି, ବରୀ ଥାନାର ହାବିଲଦାର ରସାନନ୍ଦ ସେଠି, ସୌମ୍ୟ ରଞ୍ଜନ ଧଳଙ୍କ ସମେତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଡାଙ୍ଗି ମୂର୍ମୁ, ଡିଇଓ ମାନଗୋବିନ୍ଦ ବାରିକ, ସରପଞ୍ଚ କୁନା ମଲିକ, ସମିତି ସଭ୍ୟ ଶ୍ରୀଧର ସେଠି ପ୍ରମୁଖ ଯୋଗ ଦେଇଥିଲେ। ଆଜିର ଅଭିଯୋଗ ପ୍ରକୋଷ୍ଠକୁ ସମୁଦାୟ ୩୧୫ ଗୋଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ଜଣା ପଡ଼ିଛି। ପଞ୍ଚାୟତ ପକ୍ଷରୁ ଅଭିଯୋଗ କାରୀଙ୍କ ପାଇଁ ପାନୀୟ ଜଳ ଏବଂ ଶୌଚାଳୟର ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ ଉପସ୍ଥିତ ରହି ଶିବିର ପରିଚାଳନାର ସମସ୍ତ ବନ୍ଦୋବସ୍ତ କରିଥଲେ।