ନବ ନିର୍ବାଚିତ ସଭାପତି ବିମ୍ବାଧର ମୁଦୁଲିଙ୍କୁ ସଂଗ୍ରାମୀ ସଙ୍ଘ ଓ ଉତ୍ତରଦାୟାଦ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ଓ ଉତ୍ତରଦାୟାଦ ସଂଗଠନ ପକ୍ଷରୁ ନବ ନିର୍ବାଚିତ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ବିମ୍ବାଧର ମୁଦୁଲିଙ୍କୁ ସୋମବାର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଡେରାବିଶି ବ୍ଲକ ଅନ୍ତର୍ଗତ ଛତା ହଳଦିବସନ୍ତ ଗ୍ରାମର ସଂଗ୍ରାମୀ ମାନଗୋବିନ୍ଦ ମଳିକଙ୍କ ବାସଗୃହରେ ସଂଗ୍ରାମୀ ଶ୍ରୀ ମଳିକଙ୍କ ସମେତ ସଂଗ୍ରାମୀ ଫକିର ମୋହନ ଦାସ,ନଟବର ପ୍ରଧାନ,ମାଳତୀ ଦାସ ଓ ପାର୍ବତୀ ପ୍ରଧାନ ପ୍ରମୁଖ ମିଳିତ ଭାବେ ପୁଷ୍ପମାଲ୍ୟ ପ୍ରଦାନ କରି ସଭାପତି ଶ୍ରୀ ମୁଦୁଲିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସଭାପତି ଶ୍ରୀ ମୁଦୁଲି ଆଗାମୀ ଯୁବପିଢୀଙ୍କୁ କିପରି ଗାନ୍ଧୀବାଦ ଓ ଚିନ୍ତାଧାରରେ ଅନୁଗାମୀ ହୋଇ ପାରିବେ ସେଥିପାଇଁ ଆମେ ସମସ୍ତେ ସଂଗ୍ରାମୀ ଓ ଉତ୍ତରଦାୟାଦମାନେ ମିଶି ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମିତିର ସମ୍ପାଦକ ଗୋପାଳକୃଷ୍ଣ ଜେନା, ଦାୟାଦସଂଗଠନର ଉପସଭାପତି ବାଉରୀବନ୍ଧୁ ଦାସ, କାର୍ଯ୍ୟକାରୀ ସଭାପତି କୁଳମଣି ରାଉତ, ସମ୍ପାଦକ ପଦ୍ମନାଭ ଦାସ, ସଂଗଠନ ସମ୍ପାଦକ ତୁଷାରକାନ୍ତି ଘୋଷ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରଧାନ, ଦାୟାଦ ସଙ୍ଘର ସଂଯୋଜକ ତଥା ଆଇନ ପରାମର୍ଶଦାତା କୁଞ୍ଜବିହାରୀ ପରିଡା, ନଳିନୀ ପ୍ରଭା ରାଉତ, ସତ୍ୟରଞ୍ଜନ ମଳିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ