ନିଖୋଜ ଛାତ୍ରର ମୃତ ଦେହ ଉଦ୍ଧାର
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଗାଙ୍ଗପୁର ଥାନା ଅନ୍ତର୍ଗତ ଖଣ୍ଡରାବଳୀ ଗ୍ରାମର ଜଣେ ନବମ ଶ୍ରେଣୀ ଛାତ୍ରର ମୃତ ଦେହ ଉଦ୍ଧାର ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି, ସୂଚନା ପ୍ରକାରେ ମୃତ ଛାତ୍ର ଜଣଙ୍କ ହେଉଛନ୍ତି ଖଣ୍ଡରାବଳୀ ଗ୍ରାମର ବାବୁ ବିଷୋୟୀଙ୍କ ପୁଅ ଅମର ବିଷୋୟୀ (୧୪), ଅମର କେନ୍ଦୁପଦର ସ୍ଥିତ ପ୍ରଗତି ବିଦ୍ୟାପୀଠରେ ନବମ ଶ୍ରେଣୀରେ ପଢୁଥିଲେ, ଅମର ଅତି ଶାନ୍ତ ଶିଷ୍ଟ ସ୍ଵଭାବର ହୋଇଥିବା ବେଳେ ସୁନ୍ଦର ଗୀତ ଗାଇ ସାଙ୍ଗସାଥି ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରିୟଭାଜନ ହୋଇପାରିଥିଲେ, ଅମରଙ୍କ ବାପା ବାବୁ ବିଷୋୟୀ କେରଳରେ ରହି କାମ କରୁଛନ୍ତି, ଗତ ରବିବାର ଦିନ ଅମର ଘରେ ଖାଇପିଇ ବାହାରୁ ଟିକେ ଆସୁଛି କହି ଚାଲିଯାଇଥିଲା, କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅମର ନ ଫେରିବାରୁ ଅମରର ମାଆ ଅମର ନିଖୋଜ ହୋଇଥିବା ନେଇ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ, ଆଜି ରାମନାପଲ୍ଲୀ ଆଶ୍ରମ ବିଦ୍ୟାଳୟ ନିକଟରେ ଥିବା ଏକ ପଡିଆ ନିକଟରେ ଜଣେ ଗାଈ ଚରାଳି ଏକ ଶବ ପଡିଥିବାର ଦେଖି ଗାଆଁ ଲୋକଙ୍କୁ ଖବର ଦେଇଥିଲେ, ଘଟଣା ସମ୍ପର୍କରେ ଖବର ପାଇ ଗାଙ୍ଗପୁର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବଟି ନିଖୋଜ ଅମରର ବୋଲି ଚିହ୍ନଟ କରିଥିଲେ, ତେବେ ଅମରର ମୃତ୍ୟୁ କେଉଁ କାରଣରୁ ହୋଇଛି ଜଣା ପଡ଼ିନଥିବା ବେଳେ ପୋଲିସ୍ ବିଭିନ୍ନ ଦିଗକୁ ନଜରରେ ରଖି ତଦନ୍ତ କରୁଛି, ଅମର ର ଶବକୁ ଜବତ କରି ବ୍ରହ୍ମପୁର ବଡମେଡିକାଲ ରେ ଥିବା ନ୍ୱିତ୍ତି ତ୍ତାତିକ ବିଷ ବିଜ୍ଞାନ ବିଭାଗରେ ଶବ ଵେବଛେଦ ପରେ ତାର ପରିବାର କୁ ହସ୍ତାନ୍ତର କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି, ଥାନାରେ ୫୫୪/୨୫ ରେ ଏକ ମାମଲା ରୁଜୁ କରି ଏସ ଆଇ ଅଜୟ ମଲ୍ଲିକ ଘଟଣା ର ତଦନ୍ତ କରୁଥିବା ଥାନା ଅଧିକାରୀ ବନବିହାରି ପ୍ରଧାନ ପ୍ରକାଶ କରିଛନ୍ତି.


