ନିଖୋଜ ଯୁବକ ଙ୍କ ମୃତ ଉଦ୍ଧାର , ଘଟଣା ସ୍ଥଳରେ ପୋଲିସ ର ଛାନଭିନ

ନବରଙ୍ଗପୁର,(ୱାଇଏନଏସ): ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସରୁଗୁଡା ଗ୍ରାମ ର ଆଦର୍ଶ ବିଦ୍ୟାଳୟ ପାଖ ଏକ ଜମି ରେ ଜଣେ ଯୁବକ ଙ୍କ ମୃତ ଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଗ୍ରାମବାସୀ ମୃତଦେହକୁ ଦେଖ ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ନବରଙ୍ଗପୁର ଥାନା ଅଧିକାରୀ ସମ୍ବିତ କୁମାର ବେହେରା , ସବ୍ ଇନ୍ସପେକ୍ଟର ସବିର ଅହମଦ ଓ ଡଙ୍ଗରଭେଜା ଫାଣ୍ଡି ଅଧିକାରୀ ଗୁଣନିଧି ବାଘ ଘଟଣା ସ୍ଥଳରେ ରେ ପହଞ୍ଚି ଶବ ଜବତ କରିବା ସହ ନବରଙ୍ଗପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି । ମୃତ ଯୁବକ ଜଣକ ନନ୍ଦାହାଣ୍ଡି ବ୍ଲକ ର କଂସାରୀ ଗୁଡା ଗ୍ରାମ ର ବଳରାମ ସୈରା ବୋଲି ଜଣାପଡିଛି। ଗତ ଶନିବାର ଦିନ ଠାରୁ ସେ ନିଖୋଜ ଥିବା ପରିବାରଲୋକେ ସୂଚନା ଦେଇଛନ୍ତି । ପରିବାର ବର୍ଗ ଙ୍କ କହିବା ଅନୁସାରେ ସେ ମାନସିକ ସ୍ଥିତି ଠିକ ନଥିଲା । ଗତ ଶନିବାର ଠାରୁ ଯୁବକ ନିଖୋଜ ଥିଲେ ମଧ୍ୟ ପରିବାର ତରଫରୁ କୌଣସି ମାମଲା ଦାୟର କରାଯାଇନଥିଲା । ଆଜି ଆଦର୍ଶ ବିଦ୍ୟାଳୟ ନିକଟ ବୁଦା ଭିତରୁ ତଳେ ପଡିଥିବା ଅବସ୍ଥାରେ ସନ୍ଦେହଜନକ ଭାବେ ମୃତ ଦେହ ଉଦ୍ଧାର କରିଛି ପୋଲିସ । ବର୍ତ୍ତମାନ ସୁଦ୍ଧା ଏହା ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ ରହିଛି । ଶବ ବ୍ୟବଚ୍ଛେଦ ର ରିପୋର୍ଟ ଆସିଲେ ଘଟଣା ଜଣାପଡ଼ିବ ବୋଲି ନବରଙ୍ଗପୁର ଥାନା ଅଧିକାରୀ ସମ୍ବିତ କୁମାର ବେହେରା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ