ନିମାପଡ଼ା ପ୍ରେସ କ୍ଲବର ନୂତନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଆଜି ନିମାପଡ଼ା ପ୍ରେସ କ୍ଲବ ର ନୂତନ କର୍ମକର୍ତ୍ତା ମାନଙ୍କୁ ଚାରିଛକ ସାମ୍ୱାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନାପ୍ରଦାନ କରା ଯାଇଥିଲା।ଚାରିଛକ ନିକଟସ୍ଥ କଳାପାଞ୍ଚଣ ପଞ୍ଚାୟତ ର ସିଦ୍ଧମଠ ଠାରେ ଚାରିଛକ ସାମ୍ୱାଦିକ ସଂଘ ପକ୍ଷରୁ ଆୟୋଜିତ ସମ୍ବର୍ଧନା ଉତ୍ସବରେ ସଂଘ ସଭାପତି ପ୍ରଫୁଲ୍ଲ କୁମାର କର ସଭାପତିତ୍ବ କରିଥିବା ବେଳେ ଅତିଥି ଭାବେ ସାଂସଦ ଙ୍କ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ଓଝା, ପ୍ରାଚୀ ଗବେଷକ ହଂସନାଥ ସାହୁ, ଚନ୍ଦ୍ରକାନ୍ତ ଦଳାଇ, କୃଷକ ନେତା ସନାତନ ପାତ୍ର, ଆଇନଜିବୀ ରଣଜିତ୍ ସାହୁ, ସଂଘ ର ଉପଦେଷ୍ଟା ପ୍ରଫେସର ଗୋପୀନାଥ କର, ସନ୍ତୋଷ କୁମାର ମିତ୍ର, ପଞ୍ଚାନନ ସାହୁ, ମୁରଲୀଧର ଭାରତୀ, କାହ୍ନୁ ଚରଣ ବେହେରା, ବନ ବିହାରୀ ଦାଶ, ରବୀନ୍ଦ୍ର କୁମାର ସାହୁ, ମାନସ ରଂଜନ ସାହୁ,ସଂପାଦକ ବସନ୍ତ କୁମାର ଦାସ, ବିଜୟ କୁମାର ବେହେରା, ନାରାୟଣ ବେହେରା, ପ୍ରଫୁଲ୍ଲ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ, ଅଚ୍ୟୁତାନନ୍ଦ ମିଶ୍ର, ବସନ୍ତ କୁମାର ମଲ୍ଲ ପ୍ରମୁଖ ଯୋଗ ଦେଇ ନିମାପଡ଼ା ପ୍ରେସ କ୍ଲବ ର ନବ ନିର୍ବାଚିତ ସଭାପତି ଅକ୍ଷୟ କୁମାର ବେହେରା, ଉପ ସଭାପତି ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର,ସଂପାଦକ ରମାକାନ୍ତ ବେହେରା, ସହ ସମ୍ପାଦକ ଅଶୋକ କୁମାର ବେହେରା, ସଂଗଠନ ସଂପାଦକ ସୁଦର୍ଶନ ବେହେରା,କୋଷାଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ବେହେରା ଓ ଉପଦେଷ୍ଟା ମାନସ ରଞ୍ଜନ ଦାସ ଙ୍କୁ ଉପଢୌକନ ଓ
ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରା ଯାଇଥିଲା।