ନିଶାର୍ଦ୍ଧ ରେ ନାରୀ ସମାଜସେବୀ
ବରଗଡ଼, (ଯୁଗାବ୍ଦ ନ୍ୟୁଜ):ମଙ୍ଗଳବାର ରାତ୍ର ୯.୩୦ ରେ ଭଟଲି ଛକ ନିକଟସ୍ଥ ଜନୈକ ଘରୋଇ କ୍ଲିନିକ୍ ସାମ୍ନାରେ ଗୋଟିଏ ସ୍କୁଟିରେ ୨ଜଣ ଛାତ୍ର (ପ୍ରିନ୍ସ ଓ ଆତ୍ମନ)ବରଗଡ଼ ଆଡ଼କୁ ଆସୁଥିବା ବେଳେ ଭୂଲ ଦିଗରୁ ଆସି ଏକ ମୋଟର ସାଇକେଲ ଆରୋହୀ ସ୍କୁଟି କୁ ଧକ୍କା ଦେବା ଫଳରେ ପ୍ରିନ୍ସ ଯୋରଦାର ଆଘାତ ପ୍ରାପ୍ତ ହେଇଥିଲେ । ଜଣାପଡିଛି ଯେ ମୋଟର ସାଇକେଲ ଆରୋହୀ ମଦ୍ୟ ପାନ କରି ଗାଡ଼ି ଚଲାଉଥିଲେ । ଖବରପାଇ ଜଣାସୁଣା ସମାଜ ସେବୀ ସଂଘମିତ୍ରା ପଟେଲ ସାଙ୍ଗେ ସାଙ୍ଗେ ଯାଇ ପ୍ରିନ୍ସ କୁ ଏକ ଅଟୋ ରିକ୍ସା ରେ ବରଗଡ଼ ଟାଉନ ହସ୍ପିଟାଲ କୁ ନେଇ ଆଶୁ ଚିକିତ୍ସା କରାଇଥିଲେ ।ଏକ୍ସ ରେ ର ସୁବିଧା ନ ଥିବାରୁ ପୁଣି ଅଟୋ ସାହାଯ୍ୟରେ କିଶୋରୀ ନର୍ସିଂ ହୋମ କୁ ଆଣି ଏକ୍ସରେ ଓ ଚିକିତ୍ସା କରି ତାଙ୍କୁ ପୁଣି ଏକ ଅଟୋ ସାହାଯ୍ୟରେ ତାଙ୍କ ଘରେ ପହଞ୍ଚାଇଥିଲେ । ବିଳମ୍ବିତ ରାତ୍ରୀରେ ସମାଜ ସେବୀ ସଂଘମିତ୍ରା ପଟେଲ ଙ୍କ ଏହି ସହଯୋଗ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ଏବଂ ବରଗଡ଼ ସହରରେ ନିଶା ସେବନ ରୁ ନିବୃତ୍ତ ରହିବାକୁ ଶ୍ରୀମତୀ ପଟେଲ ବିନମ୍ର ନିବେଦନ କରିଛନ୍ତି ।