ପତ୍ନୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ ସ୍ବାମୀ ଫେରାର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ମେଦିରି ସାହିରେ ରହୁଥିବା ଶଙ୍କର ନାୟକ ତାଙ୍କ ପତ୍ନୀ ରଚନା ନାୟକଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।ରଚନା ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୪୨୧/୨୪ ଅନୁଯାୟୀ ଅଭିଯୁକ୍ତ ସ୍ବାମୀ ଶଙ୍କର ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି। ଗତ ପ୍ରାୟ ୫ ମାସ ପୂର୍ବେ ଦେବ ନାୟକ ଙ୍କ କନ୍ୟା ରଚନା ରଘୁ ନାୟକ ଙ୍କ ପୁଅ ଶଙ୍କର ଙ୍କୁ ବିବାହ କରିଥିଲେ।ବିବାହ ର କିଛିଦିନ ହସ ଖୁସିରେ କଟିବା ପରେ ଶଙ୍କର ସଦା ସର୍ବଦା ଅଧିକା ଯୌତୁକ ପାଇଁ ତାଙ୍କୁ ମାଡ଼ ମାରିବାସହ ନାନା ନିର୍ଯ୍ୟାତନା ଦେଇ ଆସୁଥିଲେ। ଏପରିକି ତାଙ୍କ ଚରିତ୍ର ଉପରେ ସନ୍ଦେହ କରି ପ୍ରାୟ ୫ ମାସ ପୂର୍ବେ ଶଙ୍କର ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ।ପାଟି ଶୁଣି ତାଙ୍କ ଭାଇ ମାନେ ଘଟଣାସ୍ଥଳରେ ପହଞ୍ଚି ରଚନା ଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ। ସେଠାରୁ ଚିକିତ୍ସା ହୋଇ ଫେରିବା ପରେ ଏନେଇ ସମ୍ପର୍କୀୟ ଙ୍କ ମଧ୍ୟସ୍ଥତା ରେ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ବୋଲି ସେ ପୋଲିସ କୁ କହିଛନ୍ତି।ତଦନ୍ତକାରୀ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ର ଅଭିଯୁକ୍ତ ଙ୍କୁ ଗିରଫ ପାଇଁ ତାଙ୍କ ଘରେ ଚଢ଼ାଉ କରିଥିଲେ ମଧ୍ୟ ସେ ଫେରାର ଥିବା ଜଣାପଡିଛି।