ପାଲିଆଛତ୍ରପୁର ଗ୍ରାମ ରେ ରୋଟାରି କ୍ଳବ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ରୋଟାରି କ୍ଳବ ଓ ବ୍ରହ୍ମପୁର ବିଜୁ ପଟ୍ଟନାୟକ ହୋମିଓ ପାଥିକ କଲେଜ ର ମିଳିତ ଆନୁକୂଲ୍ୟ ରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି, ସ୍ଥାନୀୟ ବ୍ଲକ ଅନ୍ତର୍ଗତ ପାଲିଆଛତ୍ରପୁର ଗ୍ରାମ ରେ ରୋଟାରି କ୍ଳବ ର ସଭାପତି ଡ଼ଃ ବିମଳ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତା ରେ ଗ୍ରାମ ର ୧୫୦ରୁ ଅଧିକ ରୋଗୀଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା, ଏହା ସହିତ ମେଡ଼ିସିନ ବଣ୍ଟନ କରାଯାଇଛି,ଏହି ଶିବିରରେ ରୋଟାରି କ୍ଳବ ର ସମ୍ପାଦକ ଦ୍ୱାରକା ପ୍ରସାଦ ପଟ୍ଟନାୟକ, ରୋଟାରିୟନ ନିରଞ୍ଜନ ପାତ୍ର, ଏସ. ରେଖା ମହାନ୍ତି, ସୁଜିତ ପଟ୍ଟନାୟକ, ଡାକ୍ତର ଶ୍ୟାମ ସୁନ୍ଦର ମହାରଣା,ଡାକ୍ତର ୱାଇ. ଲକ୍ଷ୍ମୀ ଓ ଡାକ୍ତର ସିଧେଶ୍ଵର ବେହେରା ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ