ପାଲୁର ଗଡ଼ ସ୍ଵାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ଚତୁର୍ଦ୍ଧଶ ବାର୍ଷିକଉତ୍ସବ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକଅନ୍ତର୍ଗତ ରାମଗଡ଼ ପଂଚାୟତର ପାଲୁରଗଡ଼ ସ୍ଵାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ଚତୁର୍ଦ୍ଧଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି lଏକ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ପାଲୁରଗଡ଼ ମହାରାଜା ରଜତ ଚନ୍ଦ୍ର ଦେଓ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ଆଜି ହେଉଛି ସ୍ୱମୀ ବିବେକାନନ୍ଦ ଙ୍କ ଜୟନ୍ତୀ ତଥା ଯୁବ ଦିବସ ଅଟେ l ତାଙ୍କର ଆଦର୍ଶ ଓ ନୀତିରେ ଆଜିର ବିଦ୍ୟାର୍ଥୀ ମାନେ ଅନୁପ୍ରାଣିତ ହେବାକୁ କହିଥିଲେ lମୁଖ୍ୟବକ୍ତା ଅବସର ଶିକ୍ଷାବିତ ବିଜୟ କୁମାର ବିଶ୍ୱାଳ, ଏବଂ ସମ୍ମାନିତ ଅତିଥିଭାବେ ସମାଜସେବୀ ସାମନ୍ତ କଲ୍ୟାଣ ରଣସିଂ, ରାମଗଡ଼ ସରପଞ୍ଚ ଶ୍ରୀମତୀ ସନ୍ତୋଷିନୀ ବେହେରା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପଞ୍ଚାନନ ସେଠୀ , ସମାଜସେବୀ ଦୁର୍ଯ୍ୟୋଧନ ରେଡ୍ଡୀ, ବରିଷ୍ଠ ଆଇନଜୀବୀ ପ୍ରଦୀପ ପାଢ଼ୀ, ବିଜେପି ଜିଲ୍ଲା ସମ୍ପଦଳ ଲଷ୍ମୀ ନାରାୟଣ ପଣ୍ଡା, ପ୍ରମୁଖ ଯୋଗଦେଇଥିଲେ lବିଦ୍ୟାଳୟ ସମ୍ପାଦକ ବିଷ୍ଣୁ ଚରଣ ବେହେରା ଅତିଥି ପରିଚୟ ଓ ବାର୍ଷିକ ବିବାରିଣୀ ପଠନ କରିଥିଲେ l ଏହି ଅବସରସରେ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବଣ୍ଟନ କରିଥିଲେ l ବିଦ୍ୟାଳୟର ପ୍ରଧାନ ଗୁରୁମା ଶ୍ରୀମତୀ ବନିତା ରାଉତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ lଶେଷରେ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀଙ୍କ ଦ୍ୱାରା ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ