ପିଚାଶ ବାପାର ଛୁରା ମାଡରେ ଶିଶୁ କନ୍ୟା ମୃତ୍ୟୁ
ଚିତ୍ରକୋଣ୍ଡା,(ବିମଲ କିଶୋର ମିଶ୍ର):କୁମାର ପୂର୍ଣ୍ଣିମା ପରି ପାର୍ବଣ ଦିନରେ ନିଜ ୬ବର୍ଷ ଶିଶୁ କନ୍ୟାର ଜୀବନ ନେଲା ପିଚାଶ ବାପା । ଏଭଳି ଘଟଣା ଦେଖିବାକୁ ମିଳିଛି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାବେଡା ପଞ୍ଚାୟତ ସ୍ଥିତ ଆର.ଏ.ସି-୧୪ ଗ୍ରାମରେ । ବୁଧବାର ସକାଳେ ଝିଅ ଉଠି ଘରେ ଖେଳୁ ଥିବା ସମୟରେ ରକ୍ଷାସ ବାପା ସଂଜୀବ ଭତ୍ରା କମଳମତୀ ଶିଶୁ ଉପରେ ଛୁରିରେ ଅଚାନକ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ହିଁ କୋମଳ ମତି ଝିଅର ପ୍ରାଣ ବାୟୁ ଉଡିଜାଇଯାଇଥିଲା । ଘଟଣା ପରେ ଅଭିଯୁକ୍ତ ବାପା ସେଠାରୁ ଫେରାର ହୋଇ ଯାଇଥିଲା । ପରିବାର ବର୍ଗ ଚିତ୍ରକୋଣ୍ଡା ପୋଲିସ ଥାନାକୁ ଖବର ଦେବା ପରେ ପୋଲିସ ସେଠାରେ ପହଞ୍ଚି ଶବ ଜବତ କରି ଚିତ୍ରକୋଣ୍ଡା ହସ୍ପିଟାଲକୁ ଆଣି ତଦନ୍ତ ଆରମ୍ଭ କରିଛି । ଫେରାର ଅଭିଯୁକ୍ତକୁ ଧରିବା ପାଇଁ ଦୁଇଟି ପୋଲିସ ଟିମ ଗଠନ କରାଯାଇ ସେହି ଅଞ୍ଚଳରେ ଖୋଯିବା ଆରମ୍ଭ କରିଥିବା ପୁଲିସ ସୂତ୍ରରୁ ଜଣାପଡିଛି ।