ପୁଅ ଓ ସ୍ତ୍ରୀକୁ ମାଡ ସ୍ଵାମୀ ଗିରଫ

ବୁଗୁଡ଼ା (ଅନିଲ କୁମାର ମହାରଣା) : ତାକରଡ଼ା ଗ୍ରାମର ରବିନ୍ଦ୍ର ନାୟକ ନିଜ ସ୍ତ୍ରୀ ଓ ପୁଅକୁ ମାଡ ମାରିବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି। ରବିନ୍ଦ୍ର ଆଠ ବର୍ଷ ତଳେ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ କୈଳାସ ନାୟକଙ୍କ ଝିଅ ସନ୍ତୋଷୀନୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର ଦୁଇ ବର୍ଷ ଯାଏ ସବୁ ଠିକ୍ ଠାକ୍ ଚାଲିଥିବା ବେଳେ ତାପରେ ଅଧିକ ଯୌତୁକ ଦାବୀ କରି ସନ୍ତୋଷୀନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଆରମ୍ଭ କରି ଥିଲା ରବିନ୍ଦ୍ର। ରବିନ୍ଦ୍ର ରାଜମିସ୍ତ୍ରୀ କାମ କରିବାକୁ ଜାମ୍ମୁ ଯାଇଥିବା ବେଳେ ପତ୍ନୀ ସନ୍ତୋଷୀନୀଙ୍କୁ ମଧ୍ଯ ସାଥିରେ ନେଇଥିଲେ। ସେଠାରେ କିଛି ଦିନ ଉଭୟେ ରହିବା ପରେ ରବୀନ୍ଦ୍ର ନିଜ ପତ୍ନୀ ସନ୍ତୋଷିନୀଙ୍କୁ ମାଡ଼ଦେଇ ତଡ଼ି ଦେଇଥିଲେ। ସନ୍ତୋଷିନୀ ସେଠାରୁ ଏକାକୀ ଆସିନପାରି ସେଠାରେ ବିଭିନ୍ନ ଲୋକଙ୍କ ଘରେ ବାସନମାଜି ପେଟପୋଷି କିଛିଦିନ ଚଳିବା ପରେ ବାପା କୈଳାସ ଯାଇ ତାକୁ ସେଠାରୁ ଉଦ୍ଧାର କରି ଆଣିଥିଲେ। ପୁଅ ସୁମନକୁ ଏବେ ସାତ ବର୍ଷ ଚାଲୁଥିବା ବେଳେ ରବିନ୍ଦ୍ର ଦ୍ବିତୀୟ ପତ୍ନୀ ଆଣିଥିବା ଶୁଣି ଗତକାଲି ସନ୍ତୋଷିନୀ ସ୍ଵାମୀଘରକୁ ନିଜ ଦୁଇ ଭାଇ ସନ୍ତୋଷ ଓ ଦୀପକ୍ ସହ ପୁଅକୁ ଧରି ଆସିଥିଲେ। ଏଥିରେ ଉତକ୍ଷୀପ୍ତ ହୋଇ ରବିନ୍ଦ୍ର ସନ୍ତୋଷୀନୀ ଓ ସୁମନକୁ ଘରେ ପୂରାଇ ଦେଇ ନଥିଲେ। ବରଂ ଉଭୟଙ୍କୁ ମାଡମାରି ଓ ପଥର ଛେଚି ହତ୍ୟା କରିବା ଉଦ୍ୟମ କରିଥିଲେ। ଏଥିରେ ଭୟ ପାଇ ସନ୍ତୋଷିନୀ ଗତକାଲି ବୁଗୁଡ଼ା ଥାନାରେ ଏତଲା ଦେବା ସହ ଭଞ୍ଜନଗର ଏସ.ଡି.ପି.ଓ ଙ୍କୁ ମଧ୍ଯ ଗୁହାରି କରିଥିଲା। ଏନେଇ ବୁଗୁଡା ଥାନା କେଶ ନଂ ୧୭୨/୨୦ ପ୍ରକାରେ ଏକ ମାମଲା ରୁଜୁ କରି ରବୀନ୍ଦ୍ର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ