ପୋଲସରାରେ ଗଞ୍ଜାମ ଜିଲ୍ଲା କଳାକାର ସଂଘର ବୈଠକ
ପୋଲସରା, (ଅନିଲ କୁମାର ମହାରଣା):ପୋଲସରାରେ ଗଞ୍ଜାମ ଜିଲ୍ଲା କଳାକାର ସଂଘର ଏକ ବୈଠକ ହେବା ସହ ମାନପତ୍ର ପ୍ରଦାନ କରାଯାଇଥିଲା। ସଂଘର ସଭାପତି ଭଗବାନ ସାହୁ ଅଧ୍ୟକ୍ଷତାରେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ରାମେଶ୍ବର ମନ୍ଦିର ପରିସରରେ ଗଞ୍ଜାମ ଜିଲ୍ଲା ମୂର୍ତ୍ତୀ ଶିଳ୍ପୀ, ପଟ୍ଟଚିତ୍ର ଓ ରଙ୍ଗତୂଳୀ କାଳାକାର ସଂଘ ପକ୍ଷରୁ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲାର ପୋଲସରା, ବୁଗୁଡ଼ା, କବିସୂର୍ଯ୍ୟନଗର, ବେଗୁନିଆପଡା, ପୁରୁଷୋତ୍ତମପୁର ଓ କୋଦଳା ବ୍ଳକର କଳାକାରମାନେ ଯୋଗଦେଇଥିଲେ। କଳାକାରମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା। ମୁଖ୍ୟତଃ ସଂଘ ପଞ୍ଜିକରଣ ଓ ମୌଳିକ ସମସ୍ୟା ବିଷୟରେ ଆଲୋଚନା ହୋଇ ପ୍ରସ୍ତାବ ଗୃହିତ ହୋଇଥିଲା। ଏହାସହିତ କଳାକାର ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଉପସଭାପତି ବସନ୍ତ କୁମାର ସାହୁ, ସମ୍ପାଦକ ହିନ ସ୍ବାଇଁ, କୋଷାଧ୍ୟକ୍ଷ ଭଗବାନ ବେହେରାଙ୍କ ସମେତ ବ୍ଳକର କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ।