ବନ୍ତରେ ସର୍ବପୁରାତନ ଦୁର୍ଗା ପୂଜା

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତରେ ସର୍ବପୁରାତନ ତଥା ସାର୍ବଜନୀନ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ ହୋଇଛି । ସାର୍ବଜନୀନ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପୂଜାରେ ଲକ୍ଷ୍ମୀନାରାୟଣ ପାଣି ଓ ସୁଶୀଲ କୁମାର ଦାଶ ବଜାରସ୍ଥିତ ମଳିକ ପୋଖରୀରୁ କଳସ ଆଣିବା ପରେ ଘଟସ୍ଥାପନା କରାଯାଇଥିଲା । ଶୁକ୍ରବାର ଅଷ୍ଟମୀ ବିହିତ ପୂଜା ଓ ସନ୍ଧି ପୂଜା, ଶନିବାର ନବମୀ ବିହିତ ପୂଜା, ବଳି ଉତ୍ସର୍ଗ, ରବିବାର ଦଶମୀ ବିହିତ ପୂଜା, ଅପରାଜିତା ପୂଜା ଓ ପୂର୍ଣ୍ଣାହୂତି ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପୂଜା କାର୍ଯ୍ୟରେ ନିରଞ୍ଜନ ମିଶ୍ର, ପ୍ରକାଶ ଚନ୍ଦ୍ର ଦେବତା, ଗଙ୍ଗାଧର ପାଣି ପୂଜକ ଦାୟୀତ୍ୱ ତୁଲାଉଛନ୍ତି । ଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପୂଜା ମଣ୍ଡପକୁ ସୁସଜ୍ଜିତ କରିବା ସହିତ ସୁଉଚ୍ଚ ତୋରଣ ନିର୍ମାଣ କରାଯାଇ ରଂଗୀବେରଙ୍ଗୀ ଆଲୋକମାଳାରେ ସଜ୍ଜା ଯାଇଛି । ମା’ଙ୍କୁ ଦର୍ଶନ କରିବା ସହିତ ପୂଜା ବୁଲିବା ପାଇଁ ବନ୍ତ ସମେତ ଆଖପାଖ ପଞ୍ଚାୟତରୁ ଶହ ଶହ ଭକ୍ତ ଏଠାରେ ରୁଣ୍ଡିଭୂତ ହେଉଛନ୍ତି । ପୂଜା ମଣ୍ଡପରେ ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଶାନ୍ତିଶୃଂଖଳା ରକ୍ଷା ପାଇଁ ପୂଜା ମଣ୍ଡପ ନିକଟରେ ବନ୍ତ ପୋଲିସର କର୍ମଚାରୀ ମାନେ ମୁତୟନ ହୋଇଛନ୍ତି । ପୂଜା କମିଟିର ସଭାପତି କେଦାରନାଥ ମହାନ୍ତି, ସମ୍ପାଦକ ବିଜୟ କୁମାର ମଜୁମଦାର, ଉପସଭାପତି ସଞ୍ଜୟ କୁମାର ନାୟକ, ସହସଂପାଦକ କୃପାସିନ୍ଧୁ ସେଠୀଙ୍କ ସମେତ ବନ୍ତ ଗ୍ରାମବାସୀ ମାନେ ପୂଜା କାର୍ଯ୍ୟରେ ସହଯୋଗ କରୁଛନ୍ତି । ଭସାଣୀ ପରେ ଯାତ୍ରା ପରିବେଷଣ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ