ବନ୍ୟା ଅଞ୍ଚଳ ପରିଦର୍ଶନ ସହ ପରିସ୍ଥିତି ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କଲେ ସ୍ବରୂପ ଦାସ
ବାଲେଶ୍ୱର, (ସରୋଜ ପଣ୍ଡା):ବାତ୍ୟା ‘ଦାନା’ ପ୍ରଭାବରେ ବାଲେଶ୍ବର ସଦର ବ୍ଲକର ବିଭିନ୍ନ ପଞ୍ଚାୟତରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ବର ସଦରର ପୂର୍ବତନ ବିଧାୟକ ସ୍ବରୂପ ଦାସ ସଦର ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରି ବନ୍ୟା ଅଞ୍ଚଳ ପରିଦର୍ଶନ କରି ଲୋକଙ୍କୁ ଭେଟିବା ସହ ସୁବିଧା ଅସୁବିଧା ବୁଝିଥିଲେ।ଏହି ସମ୍ପର୍କରେ ମଧ୍ୟ ଶ୍ରୀଯୁକ୍ତ ଦାସ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ସମସ୍ତ ସୁବିଧା ସୁଯୋଗ ଯୋଗାଇବା ପାଇଁ ଦାବି କରିଥିଲେ।ବନ୍ୟାଞ୍ଚଳ ପରିଦର୍ଶନ ସମୟରେ ଶ୍ରୀଯୁକ୍ତ ଦାସଙ୍କ ସହ ସଦର ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା,ମୁନିସିପାଲିଟି ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀ,ଜିଲ୍ଲା ବିଜେଡି ସମ୍ପାଦକ ତଥା ପୂର୍ବତନ ଉପ ନଗରପାଳ ମନୋଜ ରାଉତ,ରାଜ୍ୟ ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ଧିରେନ ନାୟକ,ସଦର ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସେକ ଅନସର,ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସମ୍ପାଦକ ବିଭୁଦତ୍ତ ପରିଡା,କାଉସିଲର ସେକ ଆୟୁବ,କାର୍ତିକ ସାହୁ,ପୂର୍ବତନ କାଉନସିଲର ସଂଜୟ ବେହେରା, ବିଜେଡି ନେତା ସୁବୋଧ ମହାନ୍ତି,ଛାତ୍ର ନେତା ସୌଭାଗ୍ୟ ଖୁଣ୍ଟିଆ ପ୍ରମୁଖ ସାମିଲ ହୋଇଥିଲେ।