ବର୍ଷିଆନ ଗୁରୁଜୀ ତ୍ରିଲୋଚନ ସାହୁଙ୍କ ବିୟୋଗ, କାନ୍ଧ ଲଗାଇଲେ ସାଂସଦ
ନୀଳଗିରି,(ୱାଏନଏସ):ନୀଳଗିରିର ବର୍ଷିଆନ ଶିକ୍ଷାବିତ, ଗୁରୁଜୀ ତଥା ହଜାର ହଜାର ଛାତ୍ର, ଛାତ୍ରୀଙ୍କର ପ୍ରିୟ ତ୍ରିଲୋଚନ ସାର, ଆଜି ୯୭ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି | ଯାହାଙ୍କ ମୃତ୍ୟୁ ନୀଳଗିରିରେ ଶୋକାକୋଳ ପରିବେଶ ସୃଷ୍ଟି କରିଛି । ସୂଚନା ମୁତାବକ, ଦୀର୍ଘ ଜୀବନ ଶିକ୍ଷକତା କରିବା ସହିତ ଛାତ୍ର,ଛାତ୍ରୀଙ୍କୁ ଶିକ୍ଷାଦାନ କରିବାରେ ସମୟ କଟାଇ ଥିଲେ | ଶିକ୍ଷକତା ଜୀବନରୁ ଅବସର ନେବା ପରେ, ତାଙ୍କ ଜୀବନର ପ୍ରତ୍ୟକଟି ମୁହୂର୍ତ କୁ ଶିକ୍ଷାଦାନ କ୍ଷେତ୍ରରେ ନିୟୋଜିତ କରିଥିଲେ | ତାଙ୍କ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅନେକ ଆଇ ଏ ଏସ, ଆଇ ପି ଏସ, ଡାକ୍ତର, ଇଞ୍ଜିନିୟାର ହୋଇ ବିଭିନ୍ନ ପଦ ପଦବୀରେ ଅଧିଷ୍ଠିତ ଥିବା ବେଳେ କିଛି ଛାତ୍ର ଅବସର ଗ୍ରହଣ କରି ସାରିଲେଣି । ଆଜି ତାଙ୍କର ମୃତ୍ୟୁ ପରେ ବାଲିଗୋହିରି ସ୍ଥିତ ବାସ ଭାବନରେ ଅନ୍ତିମ ଦର୍ଶନ ପାଇଁ, ବାଲେଶ୍ୱର ସାଂସଦ ତଥା ତାଙ୍କ ଛାତ୍ର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ପୂର୍ବତନ ବିଧାୟକ ଇଂ ସୁକାନ୍ତ ନାୟକ, ଚିତ୍ତରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିବା ସହିତ ତାଙ୍କ ଅମର ଅମର ଆତ୍ମା ର ସଦଗତି କାମନା କରିଥିଲେ । ଅନ୍ତିମ ଯାତ୍ରାରେ ସାମିଲ ହୋଇ କାନ୍ଧ ଲଗାଇଲେ ସାଂସଦ। ଶେଷ କୃତ୍ୟ ଗ୍ରାମ ମଶାଣିରେ ସମ୍ପନ୍ନ ହୋଇ ଥିବା ଦେଖା ଯାଇଛି।