ବାଇକ ଦୁର୍ଘଟଣା ରେ ୧ ମୃତ,୧ ଗୁରୁତର
କୁଚିଣ୍ଡା,(ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା କେଶାଇବାହାଲ ନିକଟସ୍ଥ ସୋଲବଗା ଠାରେ ଏକ ବାଇକ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ରେ ବାଇକ ରେ ବସିଥିବା ଦୁଇଜଣ ଯୁବକ ଗୁରୁତର ଭାବରେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା କୁ ଚିକିତ୍ସା ପାଇଁ ଅଣାଯାଇଛି। ଦୁର୍ଘଟଣା ରେ ବାମରା ଅଞ୍ଚଳ ର ଜଗା କଲେଜ ନାମକ ୨୬ ବର୍ଷ ବୟସ୍କ ଯୁବକ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଡାକ୍ତର ମୃତ ଘୋଷଣା କରିଥିବା ସମୟରେ ଅନ୍ୟ ଜଣେ ଯୁବକ କାହ୍ନା ଘାସି ୨୫ ବର୍ଷ ଗୁରୁତର ଅଛନ୍ତି। ଘଟଣା ରୁ ପ୍ରକାଶ ଯେ ଆଜି ସଂଧ୍ୟା ପ୍ରାୟ ୫.୦୦ ଘଣ୍ଟା ସମୟରେ କୁଚିଣ୍ଡା ପଟୁ ବାମରା କୁ ଏହି ଦୁଇଜଣ ଯୁବକ ଏକ ମୋଟରସାଇକେଲ ନଂ ଓଡି ୨୩ ଏସ ୫୦୧୭ରେ ଦୃତ ଗତିରେ ରେ ଯାଉଥିବା ସମୟରେ ରାସ୍ତା ଉପରେ ଏକ ଗାଇ ସହିତ ଧକ୍କା ହୋଇଥିଲା।ଏହି ଦୁର୍ଘଟଣାରେ ଗାଇଟି ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ସମୟରେ ଆହତ ଯୁବକ ଦ୍ବୟ ଙ୍କୁ ଚିକିତ୍ସା ପାଇଁ କୁଚିଣ୍ଡା ଅଣାଯାଇଛି। ମହୁଲପାଲି ପୋଲିସ ଏ ସଂକ୍ରାନ୍ତରେ ଥାନା ରେ ଏକ ମୋକଦ୍ଦମା ରୁଜ୍ଜୁ କରି ଘଟଣାରେ ତଦନ୍ତ କରୁଛନ୍ତି। ଘଟଣା ନେଇ ବାମରା ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।