ବାତ୍ୟା ଆସିଲେ ପାହାଡ଼ିଆ ଅଞ୍ଚଳବାସୀଙ୍କ ଭୟଭୀତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ପାହାଡ଼ିଆ ପର୍ବତ ଘେରା ଅଞ୍ଚଳ ଭାବେ ବେସ ଜଣାଶୁଣା।ଏହି ଅଞ୍ଚଳରେ ଅନେକ ବଡ଼ ବଡ଼ ପର୍ବତ ମାଳା ଲାଗି ରହିଛି।ପ୍ରତି ବର୍ଷ ଗୁମ୍ମା ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଲେ ଭୁସ୍କଳନ ହେବା ସହିତ ମାଟି ଅତଡା ପାହାଡ଼ରୁ ଖସିବାର ନଜିର ମଧ୍ୟ ରହିଛି।ବର୍ତ୍ତମାନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘୁର୍ଣ୍ଣିଝଡ଼ ଅତି ଭୀଷଣ ବାତ୍ୟାର ରୂପ ନେବ ‘ଦାନା’।ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟା ପ୍ରତି ୧୦୦ ରୁ ୧୧୦ କିମି ବେଗରେ ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।ଏନେଇ ବ୍ଲକ ପ୍ରଶାସନ ପୂର୍ବ ପ୍ରସ୍ତୁତି ଆରମ୍ଭ କରି ସତର୍କ ରହିବାକୁ ସମସ୍ତ ସରକାର କର୍ମଚାରୀ ମାନଙ୍କୁ ଅବଗତ କରାଇଛନ୍ତି।ବିଡ଼ମ୍ବନାର ବିଷୟ ଯେ ଗୁମ୍ମା ବ୍ଲକରେ ବାତ୍ୟା ଆଶ୍ରୟସ୍ଥଳୀ ନଥିବା ଚିନ୍ତାର ବିଷୟ ପାଲଟିଛି।ଗୁମ୍ମା ବ୍ଲକରେ ପ୍ରତି ବର୍ଷ ଲଗାଣ ବର୍ଷା ଲାଗି ରହିଲେ ପାହାଡ଼ରୁ ମାଟି ଅତଡା ଖସିବା ସହିତ ବିଭିନ୍ନ ପାହାଡ଼ରୁ ଭୁସ୍କଳନ ହୋଇଥାଏ।ସରକାର କୌଣସି ପ୍ରାକୃତିକ ସୌନ୍ଦର୍ଯ୍ୟ ସମୟରେ ଅଞ୍ଚଳବାସୀ ଏବଂ ଗୃହପାଳିତ ପଶୁଙ୍କୁ ସୁରୁକ୍ଷା ଯୋଗାଇଦେବା ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରନ୍ତି।କିନ୍ତୁ ବିଭାଗୀୟ ଅଧିକାରୀ ମାନଙ୍କ ଦାୟିତ୍ୱ ହୀନତା ଯୋଗୁଁ ଗୁମ୍ମା ବ୍ଲକରେ ଗୋଟିଏ ବି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇପାରି ନାହିଁ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।ସୂଚନା ଅନୁସାରେ ୨୦୦୬ ମସିହାରେ ମିଞ୍ଜିର ପାହାଡ଼ ଭୁସ୍କଳନ ଦ୍ଵାରା ଚାରିଜଣଙ୍କ ଜୀବନ ହାନି ହେବା ସହ ହୁଡୁହୁଡୁ,ଫାଇଲିନ,ଫୋନି, ତିତିଲି,ଅଫୋନ ଓ ୟାସ ବାତ୍ୟା ସମୟରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ଅଙ୍ଗନବାଡି କେନ୍ଦ୍ର, ସ୍କୁଲ,ପଞ୍ଚାୟତ କାର୍ଯ୍ୟାଳୟ ଓ ଚର୍ଚ୍ଚ ଘରେ ରହିବାକୁ ପରାମର୍ଶ ଦିଆଯାଏ।ତେଣୁ ଗୁମ୍ମା ବ୍ଲକର ଅନେକ ସ୍ଥାନରେ ଭୁସ୍କଳନ ହୋଇ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ଗୁମ୍ମା ସ୍ଥିତ ନିରାପତ୍ତା ସ୍ଥାନରେ ସ୍ତୟୀ ବାତ୍ୟା ଆଶ୍ରୟସ୍ଥଳୀ ଯୋଗାଈ ଦେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।ଏନେଇ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ପ୍ରଦ୍ୟୁସ୍ନ କୁମାର ଶତପଥୀ ଉଚ୍ଚସ୍ତ ପଦାଧିକାରୀଙ୍କ ସହିତ ଆଲୋଚନା କରି ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ