ବାତ୍ୟା ଦାନା କୁ ଆଖି ଦୃଷ୍ଟି ରେ ରଖି ସମୁଦ୍ର ଜୁଆର ମାଡ଼ି ଆସିବା ଭୟରେ ଚାଲିଛି ବାଲି ପୋତା

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା):ସମୁଦ୍ର ଢେଉରୁ ବେଳାମାର୍ଗ ରାସ୍ତାକୁ ସୁରକ୍ଷା ପ୍ରଦାନ ନିମନ୍ତେ ପ୍ରାକୃତିକ ବାଲି ବନ୍ତ ଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ହେଲେ କିଛି ଦିନ ପୂର୍ବରୁ ଚନ୍ଦ୍ରଭାଗା ସୌନ୍ଦର୍ଯ୍ୟ କରଣ ପାଇଁ ସମୁଦ୍ର କୂଳର ନିର୍ଦ୍ଧିଷ୍ଟ ଏକ ଜାଗାରୁ ବାଲି ଗୁଡ଼ିକ ଟ୍ରକ୍ ଓ ଟ୍ରାକ୍ଟର ଲଗାଇ ଅନ୍ୟତ୍ର ସ୍ଥାନାନ୍ତରିତ କରିଦିଆଗଲା। ଶହ ଶହ ଟ୍ରିପ ବାଲି ଯିବା ପରେ କାମ କିନ୍ତୁ ହୋଇପାରିଲା ନାହିଁ। ହେଲେ ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ବାଲି ଚାଲାଣ କରାଯାଇଥିବା ଜାଗାକୁ ପୁନଶ୍ଚ ବାଲି ଭର୍ତ୍ତି କରାଯାଉଥିବା ଦେଖିବାକୁ ମିଳିଛି। କୌଣସି ଦୁରଦୃଷ୍ଟି ନରଖି ସୋନ୍ଦର୍ଯ୍ୟ କରଣ ଆଳରେ ବେଳାମାର୍ଗକୁ ସୁରକ୍ଷା ପ୍ରଦାନ କରୁଥିବା ବାଲିବନ୍ତକୁ କାହା ନିର୍ଦ୍ଦେଶରେ ଖୋଳା ଯାଇ ବାଲି ସ୍ଥାନାନ୍ତରିତ କରାଗଲା ଏବେ ପୁନଶ୍ଚ ଏହି ଖାଲକୁ ବାଲି ଭର୍ତ୍ତି କରାଯାଉଛି ତାହା ତଦନ୍ତ ସାପେକ୍ଷ ଅଟେ। ଖୋଳିଲେ ଲାଭ ପୋତିଲେ ଲାଭ ନ୍ୟାୟରେ ସରକାରୀ ତହବିଲରୁ ଅର୍ଥ କାହା ସ୍ୱାର୍ଥରେ ଖର୍ଚ୍ଚ କରାଯାଇ ଅଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକୃତରେ ଏହି ବାଲି ସୌନ୍ଦର୍ଯ୍ୟ କରଣ କାମ ପାଇଁ ଖାଲି କରାଯାଇଥିଲା ନା ଅନ୍ୟ କିଛି କାରଣ ପାଇଁ ବାଲି ଚାଲାଣ ହୋଇଥିଲା ତାହା ସାର୍ବଜନୀନ କରିବାକୁ ସାଧାରଣରେ ଦାବୀ ପ୍ରକାଶ ପାଇଛି। ଏ ନେଇ ସ୍ଥାନୀୟ ଜିଲ୍ଲା ପ୍ରଶାସନ ତର୍ଜମା କରିବା ପାଇଁ ସ୍ଥାନୀୟ କୋଣାର୍କ ଅଞ୍ଚଳର ବୁଦ୍ଧିଜୀବି ମତ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ