ବାତ୍ୟା ପାଇଁ ଆଦିବାସୀ ଅଧ୍ୟୁଷିତ ଗ୍ରାମବାସୀଙ୍କୁ ସ୍ଥାନାନ୍ତର

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ଦାନା ଓ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଅପରାହ୍ନରେ ବ୍ଳକ ପ୍ରଶାସନ ପକ୍ଷରୁ ପାହାଡିଆ ଦୁର୍ଗମ ଅଞ୍ଚଳ ନଦୀ ତଟ ଗ୍ରାମ ଗୁଡ଼ିକ ରେ ବସ ବାସ କରୁଥିବା ଆଦିବାସୀ ଅଧ୍ୟୁଷିତ ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ସୂଚନା ପ୍ରକାରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଚୁଡ଼ଙ୍ଗପୁର ପଞ୍ଚାୟତ ଜଲମରା ଗ୍ରାମ ଘୋଡ଼ାହାଡ଼ ନଦୀ ପାର୍ଶ୍ବରେ ରହିଥିବା ବେଳେ ଏସ ଗୋପାଳପୁର ପଞ୍ଚାୟତ, ଟି ଗୋବିନ୍ଦପୁର ପଞ୍ଚାୟତ ରଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଜଙ୍ଗଲ,ପାହାଡ଼ ମଧ୍ୟରେ ଅବସ୍ଥିତ ଲୋକଙ୍କୁ ଏବଂ ମୌଳାଭଞ୍ଜା ପଞ୍ଚାୟତ ର ତିନୋଟି ଗ୍ରାମ ଏବଂ ପଦ୍ମପୁର ପଞ୍ଚାୟତ ର ଗୋଟିଏ ଗ୍ରାମର ଲୋକେ ଙ୍କୁ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବ୍ଳକ ପ୍ରଶାସନ ସେଠାରେ ପହଞ୍ଚି ଲୋକଙ୍କୁ ସୁରକ୍ଷିତ ଭାବେ ଆଖ ପାଖ ରେ ଥିବା ବିଦ୍ୟାଳୟକୁ ସ୍ଥାନାନ୍ତର କରିଛି । ସେମାନଙ୍କ ଖାଇବା ପିଇବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।ବାତ୍ୟା ସକାଶେ ପ୍ରସାଶନ ସମ୍ପୂର୍ଣ୍ଣ ରୂପେ ସଜାଗ ରହିଥିବା ବେଳେ ବ୍ଳକ ରେ ରହିଥିବା ବିଦ୍ୟାଳୟରେ ଆଶ୍ରୟ ନେଉଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ ଦିଆଯାଇଛି । ଡୁଡ଼ା ଏପିଡି ସାନଖେମୁଣ୍ଡି ବ୍ଲକ ଗ୍ରସ୍ତରେ ଆସି ସାନଖେମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ,ସାନଖେମୁଣ୍ଡି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ଙ୍କ ସହ ଆଶ୍ରୟ ସ୍ଥଳୀ ବୁଲି ଦେଖିଥିଲେ। ପରିଦର୍ଶନ ସମୟରେ ବିଭିନ୍ନ ପଞ୍ଚାୟତ ର ଜନପ୍ରତିନିଧି ବିଭାଗୀୟ ଅଧିକାରୀ ଯନ୍ତ୍ରୀ ଯୋଗାଣ ବିଭାଗ ଅଧିକାରୀ ଗ୍ରାମସେବକ ପ୍ରମୁଖ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ