ବାଲେଶ୍ଵରରୁ ପୁରୀ ରଥଯାତ୍ରା ସ୍ପେଶାଲ୍ ଟ୍ରେନର ଶୁଭାରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା):ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପ୍ରୟାସ କ୍ରମେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ବିନୀ ବୈଷ୍ଣବ ବାଲେଶ୍ଵର ରୁ ପୁରୀ ରଥଯାତ୍ରା ସ୍ପେଶାଲ୍ ଟ୍ରେନ ଅନୁମୋଦନ କରିଥିଲେ, ଏହି ଟ୍ରେନଟି (୦୮୩୮୭) ବାଲେଶ୍ଵରରୁ ଆଜି ଓ ୧୪ ତାରିଖ ସନ୍ଧ୍ୟା ୫.୪୦ ମିନିଟ ସମୟରେ ଷ୍ଟେସନ ଛାଡି ପୁରୀରେ ସମ ଦିବସରେ ରାତି ୧୧.୪୫ ମିନିଟରେ ପହଞ୍ଚିଵ, ସେମିତି ଟ୍ରେନଟି (୦୮୩୮୮) ପୁରୀରୁ ୮ ଓ ୧୬ ତାରିଖ ରାତି ୧.୧୫ ମିନିଟ ସମୟରେ ଛାଡ଼ି ପରବର୍ତ୍ତୀ ଦିନ ସକଳ ୮ଟା ସମୟରେ ବାଲେଶ୍ଵର ପହଞ୍ଚିବ। ଦକ୍ଷିଣପୂର୍ବ ରେଳବାଇ ଅନ୍ତର୍ଗତ ନିଳଗିରି ରୋଡ଼, ଖନ୍ତାପଡ଼ା, ପଣପଣା, ବାହାନଗା ବଜାର, ସୋରୋ, ସବିରା, ମାର୍କୋଣା, ରାଣିତାଲ୍ ଷ୍ଟେସନରେ ଟ୍ରେନଟିର ରହଣି ରହିଛି। ଉକ୍ତ ଟ୍ରେନଟିକୁ ଆଜି ସନ୍ଧ୍ୟା ୫.୪୦ ମିନିଟ ସମୟରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ମାନସ କୁମାର ଦତ୍ତ ସବୁଜ ପତାକା ଦେଖାଇ ଟ୍ରେନର ଶୁଭାରମ୍ଭ କରାଇଥିଲେ। ଉକ୍ତ ସମୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୋଭନା ମହାନ୍ତି, ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ସହସଂଯୋଜକ ରଣଜିତ ପୁଷ୍ଟି, ଜଳେଶ୍ଵର ଗଣମାଧ୍ୟମ ସଂଯୋଜକ ସୁକୁମାର ରଣା, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ଗୌରାଙ୍ଗ ଦାସ, ସୁବୋଧ ଚନ୍ଦ୍ର ପଣ୍ଡା, କୃଷ୍ଣଚନ୍ଦ୍ର ସାହା, ସୁରଝଙ୍କାର ସେଠୀ, ସୀତାକାନ୍ତ ସ୍ବାଇଁ, କଳ୍ପଲତା ବେହେରା ଏଵଂ ରେଳ ବିଭାଗରେ ଗତିଶକ୍ତି C.P.M ଅଖିଳେଶ କୁମାର, SR DEN ବିଶ୍ବଜିତ ଘୋଷ, SR DCM ଆଲୋକ କ୍ରୀଷ୍ଣା, SR DEE (G) ବିନୟ କୁମାର କିସ୍କୁ, ADEN ପ୍ରତୀକ କୁମାର ଉପସ୍ଥିତ ଥିଲେ।