ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରବତ୍ସଳ କ୍ରୀଡାଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରବତ୍ସଳ କ୍ରୀଡା ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରିସାରିଛନ୍ତି । ଏହି ଅବସରରେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଜୀବାନନ୍ଦ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଅବସରକାଳୀନ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ ଅବସରରେ କଲେଜର ଅଧ୍ୟାପକ ଡଃ ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ, ପ୍ରଫେସର ଡଃ ସନ୍ତୋଷ କୁମାର ଚୌଧୁରୀ, ଅଧ୍ୟାପିକା ଡଃ ନନ୍ଦିତା ଦାଶ, ପ୍ରଫେସର ସରୋଜ କୁମାର ପଣ୍ଡା, ପ୍ରଫେସର ଚିତ୍ରସେନ ବେହେରା, ଅଧ୍ୟାପକ ରାଜେଶ୍ କୁମାର ସାହୁ, ଅଧ୍ୟାପକ ସୁଧୀର କୁମାର ସାହୁଙ୍କ ସମେତ ବହୁ ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦେଇ ଏହି ପୁରାତନ ଶିକ୍ଷାନୁଷ୍ଠାନରେ ପ୍ରତିଭାବାନ୍ ଖେଳାଳୀମାନଙ୍କୁ ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିବା ଛାତ୍ରବତ୍ସଳ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ସନ୍ତୋଷ କୁମାର ପ୍ରଧାନଙ୍କ କର୍ତ୍ତବ୍ୟପରାୟଣତା, ସମୟାନୁବର୍ତ୍ତିତା, ଛାତ୍ରବତ୍ସଳ ମନୋବୃତ୍ତି, ବାର୍ଷିକ କ୍ରୀଡା ଉତ୍ସବକୁ ସୁପରିଚାଳନା ସମେତ ବହୁବିଧ କାର୍ଯ୍ୟଦକ୍ଷତା ସବୁବେଳେ ଚିର ସ୍ମରଣୀୟ ହୋଇରହିବ ବୋଲି ପ୍ରକାଶ କରିବା ସାଙ୍ଗକୁ ତାଙ୍କର ଉଲ୍ଲେଖନୀୟ କୃତିତ୍ୱକୁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ପରିଚାଳନା ବର୍ଗ, ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା କେବେ ବି ଭୁଲି ପାରିବେ ନାହିଁ ବୋଲି ସୂଚନା ଦେଇଥିଲେ । ଆସିକା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରବତ୍ସଳ କ୍ରୀଡାଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ଭାବବିହ୍ୱଳିତ ହେବା ସହିତ ସମସ୍ତଙ୍କ ସହଯୋଗ ସବୁଦିନ ପାଇଁ ମନେ ରହିବ ଓ ଦୀର୍ଘ ବର୍ଷର ଲମ୍ବା ଯାତ୍ରାରେ ସହଯୋଗ କରିଥିବା ସମସ୍ତଙ୍କ ସହ ସଂପର୍କ ଅତୁଟ ରହିବ ବୋଲି ଦୁଃଖଭରା କଣ୍ଠରେ ପ୍ରକାଶ କରିଥିଲେ । ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ପ୍ରଫେସର ସରୋଜ କୁମାର ପଣ୍ଡା କହିଲେ ଯେ ଅବସରପ୍ରାପ୍ତ କ୍ରୀଡାଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ଗୋଟିଏ ପଟେ କ୍ରୀଡା ପ୍ରଶିକ୍ଷଣକୁ ନିଶା ଭାବେ ଗ୍ରହଣ କରି ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିଲା ବେଳେ ଅନ୍ୟ ପଟେ କର୍ମମୟ ଜୀବନକୁ ପେଶା ଭାବେ ନେଇ ଅତି ସୁନ୍ଦର ସମୟ ଅତିକ୍ରମ କରିଥିବାରୁ ତାଙ୍କର କାର୍ଯ୍ୟଦକ୍ଷତା ଗୁଣାବଳୀକୁ ଉଚ୍ଚ ପ୍ରଶଂସା କରିଥିଲେ । ଆସିକା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରବତ୍ସଳ କ୍ରୀଡାଶିକ୍ଷକ ସନ୍ତୋଷ କୁମାର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଶିକ୍ଷାନୁଷ୍ଠାନର ସଭାଗୃହରେ ଅନୁଷ୍ଠିତ ହୋଇଥିବା ସମ୍ବର୍ଦ୍ଧନା ସଭାରେ ମାନପତ୍ର, ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବା ସାଙ୍ଗକୁ ତାଙ୍କର ଅବସର ପରବର୍ତ୍ତୀ ଜୀବନ ସୁଖଶାନ୍ତିରେ କଟୁ ବୋଲି ଠାକୁରଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଡଃ ସନ୍ତୋଷ କୁମାର ଚୌଧୁରୀ, ଡଃ ଶଙ୍କର ପ୍ରସାଦ ଅଧିକାରୀ, ଡଃ ବସନ୍ତ କୁମାର ଆଚାରୀ, ଡଃ ସ୍ମିତାରାଣୀ ପଣ୍ଡା, ଡଃ ନନ୍ଦିତା ଦାଶ, ଡଃ ଜିନିତ୍ ସବା, ବନଶ୍ରୀ ମହାନ୍ତି, ପଦ୍ମା ମଲିକ, ସେଇଲ୍ କୁମାରୀ ଝା, କୁନିକା ଦାଶ, ରେଶ୍ମା ପାତ୍ର, ରଶ୍ମିପ୍ରିୟା କାଲୁ, ମିନତୀ ବେହେରା, ବିଘ୍ନରାଜ ପାଢୀ, ସାଲ୍ କୁମାର ସ୍ୱାମୀ, ଦୟାନିଧି ବଡରଇତ, ବିଭୁକଲ୍ୟାଣ ପଣ୍ଡା, ଏଲ୍.ଭାନୁ ରାଓ, ଲକ୍ଷ୍ମୀକାନ୍ତ ଷଡଙ୍ଗୀ, ପବିତ୍ର ଢଁଗଡା ମାଝୀ, ଶୁଭେନ୍ଦୁ ରଥ, ସାରଥୀ ଗମାଙ୍ଗୋ, ପ୍ରିୟବ୍ରତ ପ୍ରଧାନ, ଡଃ ଅଜିତ୍ ମୁନି, ରାଜେଶ୍ କୁମାର ସାହୁ, ସରୋଜ କୁମାର ପଣ୍ଡା, ସନାତନ ପାଢୀ, ଧନଞ୍ଜୟ ମହାପାତ୍ର, ଡଃ ଗଣେଶ୍ୱର ପ୍ରଧାନ, ବିଜୟ ଚନ୍ଦ୍ର ନାୟକ, ଶତୃଘନ ଗୌଡ, ସବିତା ପାଢୀ, ପିଙ୍କୁ ବିଷୋୟୀ, ସନ୍ତୋଷ କୁମାର ମିଶ୍ର, ଜିତେନ୍ଦ୍ର କୁମାର ସାହୁ, କୃଷ୍ଣଚନ୍ଦ୍ର ପଣ୍ଡା, ଗଣେଶ ବାହାଦୁର, ରାଧାଚରଣ ସ୍ୱାଇଁ, ଭଜମନ ନାୟକ, ପ୍ରବୀଣ ଗୌଡ, ପ୍ରଶାନ୍ତ ମହାନ୍ତି, ସନ୍ତୋଷ ମିଶ୍ର, ବନ୍ଦୀ ପ୍ରଧାନ, ସବିତା ପାଢୀ, ସବିତା ପାଳ, ନର୍ମଦା ପ୍ରଧାନ, କୃଷ୍ଣ ଡାକୁଆ, ବସନ୍ତ ନାୟକ, ଗଗନ ନାୟକଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।