ବିଦୁତ୍ ଖୁଣ୍ଟରେ ବିପଦପୁର୍ଣ ଭାବେ ଲମ୍ବି ରହିଛି ଲତା ବୁଦା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଥିବା ସାହି, ବସ୍ତିମାନଙ୍କରେ ଥିବା ବିଦୁତ୍ ଖୁଣ୍ଟ ଉପରେ ଅନାବନା ଲତା ଓ ଛୋଟ ଗଛ ଲମ୍ବି ରହିଛି. ଏହା ପ୍ରତି ଵିଦୁତ୍ ବିଭାଗର ନଜର ନାହିଁ। ଅନାବନା ଲତାସବୁ ତଳକୁ ଲମ୍ବି ହୋଇ ରହୁଛି ଯାଦ୍ବାରାକି ସେହି ଲତାରେ ବିଦ୍ୟୁତ ସଂଯୋଗ ରହି ଥାଉଛି. ଯଦିଓ ଏଥିରେ ହଠାତ୍ ମଣିଷ କିମ୍ବା ପଶୁପକ୍ଷୀ ଲାଗିଯାନ୍ତି ତେବେ ଜୀବନ ଚାଲି ଯିବା ନିଶ୍ଚିତ. ଏଭଳି ବିପଦପୂର୍ଣ୍ଣ ଭାବେ ବିଦ୍ୟୁତ ଖୁଣ୍ଟ ରହିଥିବା ବେବତ୍ତାସାହି ବସିନ୍ଦା ରାମାରାଓ ଚୌଧୁରୀ, ଟୁଲୁବାବୁ, ଲିଙ୍ଗରାଜ ମହାପାତ୍ର, ସୁଯ୍ୟ ନାରାୟଣ ପାତ୍ର ପ୍ରମୁଖ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।