ବିଦ୍ୟାଳୟରୁ ମଧ୍ୟାନ୍ନ ଭୋଜନ ଚାଉଳ ଓ ପାଣି ମୋଟର ଚୋରୀ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଦେଉଳିଡିହି ସରକାରୀ ଉ.ପ୍ରା. ବିଦ୍ୟାଳୟରେ ଗୁରୁବାର ରାତିରେ ମଧ୍ୟାନ୍ନ ଭୋଜନ ଚାଉଳ ରହୁଥିବା କୋଠରୀ ତାଲା ଭାଙ୍ଗି ସାଢେ ୫ କ୍ବିଣ୍ଟାଲ (୧୧ ବସ୍ତା) ଚାଉଳ ସମେତ ଏକ ପାଣି ମୋଟର କେହି ଚୋରୀ କରିନେଇଥିବା ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତୀଶ ଚନ୍ଦ୍ର ସାମନ୍ତ ଧୂଷୁରୀ ଥାନାରେ ଦେଇଥିବା ଏତାଲାରେ ଦର୍ଶାଇଛନ୍ତି । ଏତାଲା ଅନୁସାରେ ବୁଧବାର ଉକ୍ତ ବିଦ୍ୟାଳୟକୁ ୧୦ ବସ୍ତା ଚାଉଳ ମଧ୍ୟାନ୍ନ ଭୋଜନ ପାଇଁ ଯୋଗାଣ ହୋଇଥିଲା । ସମସ୍ତ ଯୋଗାଣ ଚାଉଳ ସମେତ ପୂର୍ବରୁ ରହିଥିବା ୧ ବସ୍ତା ଚାଉଳକୁ ଦୁର୍ବୃତ୍ତ ମାନେ ଲୁଟି ନେଇଥିବା ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ ସକାଳ ୯.୩୦ରେ ପ୍ରଧାନ ଶିକ୍ଷକ ବିଦ୍ୟାଳୟକୁ ଆସି ଚାଉଳ କୋଠରୀ ଖୋଲା ରହିଥିବା ଦେଖିବାକୁ ପାଇଥିଲେ । ପରେ ସେ ବିଦ୍ଯାଳୟ ଶିକ୍ଷା ପରିଚାଳନା କମିଟି ସଭାପତି, ସଭ୍ୟ,ସଭ୍ୟା, ଗ୍ରାମବାସୀଙ୍କୁ ଡାକି ଚୋରୀ ସମ୍ବନ୍ଧରେ ଜଣାଇଥିଲେ । ପରେ ସି.ଆର.ସିସି., ଏବି. ଇ. ଓ.ଏବଂ ବି.ଇ.ଓ.ଙ୍କୁ ଜଣାଇଥିଲେ । ଧୂଷୁରୀ ଥାନା ପୋଲିସ ଚୋରୀ ସମ୍ପର୍କରେ ତଦନ୍ତ ଚଳାଇଥିବା ଜଣା ପଡିଛି । ସେହିପରି ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନୱାଡି କେନ୍ଦ୍ରର ତାଲା ଭାଙ୍ଗି ମଧ୍ୟ ୨ ବସ୍ତା ଚାଉଳ କେହି ଚୋରାଇ ନେଇଥିବା ଅଙ୍ଗନୱାଡି ସହାୟିକା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ