ବିନା ଫଳକରେ ଚାଲିଛି କାର୍ଯ୍ୟ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଜାଗାରେ ଜନସାଧାରଣ କାର୍ଯ୍ୟ ବିକାଶ ଅଧିନରେ ଚାଲିଛି ରାସ୍ତା କାର୍ଯ୍ୟ । ତେବେ ଜିଲ୍ଲାର ବାଙ୍ଗରିପୋଷୀ ବ୍ଳକ୍ ର କତରା ଛକ ଠାରୁ ସାରସକଣା ବ୍ଳକ ର ଯୋକା ପଯ୍ୟନ୍ତ ହେଉଥିବା ନିର୍ମାଣ ରାସ୍ତା ଟି ଫଳକ ବିହିନରେ ଚାଲି ଥିବା ବେଳେ ଅତି ନିମ୍ନ ମାନର କାର୍ଯ୍ୟ ଚାଲିଛି । ଏହି କାର୍ଯ୍ୟଟି ବାରିପଦା ର ଗଜାନନ ନାମକ ଠିକା ସଂସ୍ଥା ଟି କରୁଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି l ଦେଖିବାକୁ ମିଳିଛି ଏଇ ରାସ୍ତାରେ ହେଉଥିବା ଗାଡୁଆଲ ରେ ସିଧା ମାଟି ଉପରେ ପଡୁଛି କଂକ୍ରିଟ ଏବଂ ଅତି ନିମ୍ନ ମାନର ପିଚୁ ରାସ୍ତା ଟି ତିଆରି ଚାଲିଛି । ଏଥିରୁ ଜଣାପଡେ କି କିଭଳି ମଧୁ ଚନ୍ଦ୍ରିକା ରେ ଠିକାଦାର , ମିଳିମିଶି ହରି ଲୁଟ କରୁଛନ୍ତି ସରକାରୀ ଟଙ୍କା । ଅଞ୍ଚଳବାସୀ ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି ତାଙ୍କ କଥା ବୋଲି ଅଭିଯୋଗ କରିଛନ୍ତି । ଆମ ରିପୋର୍ଟର ଠିକା ସଂସ୍ଥା ଙ୍କ କର୍ମ ଚାରୀଙ୍କୁ ଫୋନ୍ କରି ପଚାରି ବାରୁ ସେ କହି ଥିଲେ ଆପଣଙ୍କୁ କଣ ଜଣା ନାହଁ କାମ କେମିତି ହୁଏ ଆଉ ଫଳକ କଥା ଆମକୁ ନକହି ସରକାରୀ ବାବୁ ମାନଙ୍କୁ ପଚାରି ବୁଝନ୍ତୁ। ତାହେଲେ କେତେ ହରିଲୁଟ କରୁଛି ଠିକା ସଂସ୍ଥା ଟି ଏଇଠୁ ଜଣା ପଡୁଛି। ଯଦି ଏହାର ସମାଧାନ ନହୁଏ ତେବେ ଆଗାମୀ ଦିନରେ ବାଙ୍ଗରିପୋଷୀ ରୁ ବାରିପଦା ଯାଉଥିବା ମୁଖ୍ୟ ରାସ୍ତା ଟି ଅବରୋଧ କରିବେ ବୋଲି କିଛି ଜନସାଧରଣ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ