ବିପଦ ପୂର୍ଣ୍ଣ ସ୍କୁଲ ଛାତ ତଳେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ଧକ୍କା ଦେଇ ଦେଲା ପ୍ରଶାସନ, ରାଜ୍ୟରେ ଉତ୍ତମ ଶିକ୍ଷା ବ୍ୟବସ୍ଥାର କରୁଣ କାହାଣୀର ବାସ୍ତବ ଚିତ୍ର, ଆଖିକୁ ଦିଶୁଛି ହେଲେ ନିଘୋଡ଼ ନିଦରେ ଶୋଇଛି ପ୍ରଶାସନ, ବାରମ୍ବାର ଅଭିଯୋଗ ପରେ ମଧ୍ୟ ସୁଧାର ଆସି ନାହିଁ ସ୍କୁଲର ଚିତ୍ର ଭଙ୍ଗା ଦଦରା ଛାତ ତଳେ ପିଲାଙ୍କ ଭବିଷ୍ୟତ l କେଵେ ହେବ ସମସ୍ୟାର ସମାଧାନ ଆଉ କେଵେ ଭାଙ୍ଗିବ ପ୍ରଶାସନର ନିଦ lକେବେ ହେବ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଉଜ୍ୱଳ l ରାଜ୍ୟରେ ସରକାର ଶିକ୍ଷାର ପ୍ରସାର ପାଈଁ ସବୁ କ୍ଷେତ୍ରରେ ଗୁରୁତ୍ବ ଦେଉଥିବା ବେଳେ, ଆଜି ଯାଏଁ ଏହି ସ୍କୁଲର ସମସ୍ୟା ଏବଂ ରୂପରେଖା ବଦଳି ପାରି ନାହିଁ, ଅଭିଯୋଗ ଆଣିଲେ ଅଭିଭାବକ, ୱାର୍ଡ ମେମ୍ବର ଏବଂ ଗ୍ରାମ ବାସି l ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅଧୀନ ଖଲାଡୀ ଗ୍ରାମ ପଞ୍ଚାୟତ ରେ ହେଉଛି ଦୁତିକା ଦେଇପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ, ୧୯୮୧ ମସିହାରେ ଏହି ସ୍କୁଲଟି ଗଢି ଉଡ଼ିଥିଲା ବେଳେ ଏହି ସ୍କୁଲ ରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଅଧୟନ କରୁଛନ୍ତି, ପିଲାଙ୍କ ଶ୍ରେଣୀ ଗୃହ, କଲମ ବିହୀନ ଏହି ଅଟାଳିକା ଭାଙ୍ଗି ଯାଇ କାନ୍ଥ ଏବଂ ଛାତରେ ବଡ ବଡ ଫାଟ ଦେଖାଯିବ ସହିତ, ଛାତରୁ ପାଣି ପଡୁଛି, ଏହି ଘର ଫାଟ ପଡିବା ସହିତ କେତେବେଳେ ଯେ ଏହି ଛାତ ଭୁଶୁଡି ପଡିବ ତାହା କହିହେବ ନାହିଁ ଘର ଭିତର ଆଉ ବାହାରର ଦୃଶ୍ୟ, ହଁ ଆଜ୍ଞା ବର୍ତ୍ତମାନ ରାଜ୍ୟରେ ସରକାର ସ୍କୁଲ ମାନଙ୍କର ରୂପରେଖ ବଦଳାଇବା ସହିତ ଶିକ୍ଷlର ପ୍ରସାର ପାଈଁ ସ୍କୁଲ ଗୁଡିକୁ ନବୀକରଣ କରି ରୂପରେଖ ବଦଳାଇ ଥିବା ବେଳେ, ଆଜି ପର୍ଯ୍ୟନ୍ତ ଏହି ସ୍କୁଲ ଆଗରୁ ଯେମିତି ଥିଲା ଏବେ ମଧ୍ୟ ସେମିତି ଅଛି.. ଆଉ ଏହି ସମସ୍ୟା ଆଗକୁ ଆଗକୁ ଆହୁରି ଜଟିଳ ହେବାରେ ଲାଗିଛି l
ସ୍କୁଲ ଅଛି ଆଉ କ୍ଲାସରୁମ ମଧ୍ୟ ଅଛି, ବିପଦ ସଙ୍କୁଳ ଭଙ୍ଗା ଘର ଭିତରେ ୪୮ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ, ଭୁଲି ଗଲା କି ପ୍ରଶାସନ lହେଲେ ଏହି ସ୍କୁଲ ରେ ପିଲାମାନେ ପଢ଼ୁଥିବା କ୍ଲାସ ରୁମ ଆଜକୁ ଦୀର୍ଘବର୍ଷ ହେବ ଏଭଳି ବିପଦ ରେ ରହିଛି , ସ୍କୁଲକୁ ଅଭିଭାବକ ମାନେ ପିଲାଙ୍କୁ ଛାଡିବାକୁ ଭୟ କରୁଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ lବିପଦ ସଂକୁଳ ସ୍କୁଲ ର କ୍ଲାସ ରୁମ କୁନିକୁନି କୋମଳ ମତି ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧାର ରେ ରହିଛି। ସବୁ ଜାଣି ମଧ୍ୟ ପ୍ରଶାସନ ଚୁପ ରହିବାର କାରଣ କଣ ବଲି ବୁଦ୍ଧି ଜୀବିଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ