ବୀର ଚକରା ବିଷୋୟୀଙ୍କ 102 ତମ ଜୟନ୍ତୀ ପାଳିତ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଚକରା ବିଷୋୟୀ ଘୁମୁସର ମାଟିର ଜଣେ ସାଲିସ୍ ବିହୀନ ସ୍ୱାଧୀନତା ସଂଗ୍ରାମୀ I ଚକରା ବିଷୋୟୀଙ୍କ ଭୟରେ ଇଂରେଜ ମାନେ ଦୀର୍ଘଦିନ ପର୍ଯ୍ୟନ୍ତ ଘୁମୁସରକୁ ନିଜ ଅକ୍ତିଆରକୁ ନେଇ ପାରି ନଥିଲେ I ସମଗ୍ର ଘୁମୁସର ଅଞ୍ଚଳରେ ଶାମ୍ବ ଦଶମୀ ତିଥିକୁ ଚକରା ବିଷୋୟୀ ଜୟନ୍ତୀ ଭାବରେ ପାଳନ କରାଯାଉଥିବା ବେଳେ ଆଜି ବେଲଗୁଣ୍ଠା ବ୍ଳକ୍ ନାଟଙ୍ଗା ଗ୍ରାମରେ ଚକରା ବିଷୋୟୀ କ୍ଲବ୍ ତରଫରୁ ବୀର ଚକରା ବିଷୋୟୀଙ୍କ 102 ତମ ଜୟନ୍ତୀ ପାଳିତ ହୋଇଯାଇଛି I ଚକରା ବିଷୋୟୀ କ୍ଲବ୍ ସଭାପତି ରଞ୍ଜିତ୍ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଚକରା ବିଷୋୟୀ ଜୟନ୍ତୀ ପାଳନ ଉତ୍ସବରେ ଅତିଥି ରୂପେ ପୁର୍ବତନ ସଭ୍ୟ ନିରଞ୍ଜନ ପାତ୍ର,ପୂର୍ବତନ ସରପଞ୍ଚ ପ୍ରହଲ୍ଳାଦ ଲେଙ୍କା,ଦିବାକର ତ୍ରିପାଠି, ବୈଦ୍ୟନାଥ ତ୍ରିପାଠି, ଅବସରପ୍ରାପ୍ତ ଶିକ୍ଷକ ଅଭିମନ୍ୟୁ ପଣ୍ଡା ପ୍ରମୁଖ ମଞ୍ଚାସୀନ ରହି ଚକରା ବିଷୋୟୀଙ୍କ ଜୀବନୀ, ବୀରତ୍ୱ ଏବଂ ସ୍ୱାଧୀନତା ସଂଗ୍ରାମ ସମ୍ପର୍କରେ ଆଲୋଚନା କରିଥିଲେ I ଚକରା ବିଷୋୟୀଙ୍କ ସମ୍ପର୍କରେ ଅଧିକ ଗବେଷଣା କରିବା ସମ୍ପର୍କରେ ଉପସ୍ଥିତ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ I ଏହି ଅବସରରେ ଚକରା ବିଷୋୟୀଙ୍କ ଜୀବନୀକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I ଚକରା ବିଷୋୟୀ କ୍ଳବ୍ ସମ୍ପାଦକ ରାଜେନ୍ଦ୍ର କୁମାର ଲେଙ୍କା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କ୍ଲବ୍ ସଦସ୍ୟ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବହୁ,ଶିକ୍ଷାବିତ୍, ବୁଦ୍ଧିଜୀବୀ, ସମାଜସେବୀ, ଜନ ପ୍ରତିନିଧି ଉପସ୍ଥିତ ରହି ଚକରା ବିଷୋୟୀଙ୍କ ସ୍ମୃତି ଚାରଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ