ବ୍ରହ୍ମପୁର ମହାନଗର ନିଗମକୁ ଭାଙ୍ଗିବା ସମୟ ଆସିଯାଇଛି : ପୀତବାସ ପଣ୍ଡା
ବ୍ରହ୍ମପୁର,(ଅନିଲ କୁମାର):ମସିହାରେ ନୂଆଁ ନିର୍ବାଚିତ ପ୍ରତିନଧିମାନଙ୍କୁ ନେଇ ବ୍ରହ୍ମପୁର ମହାନଗର ନିଗମ ଗଠନ ହୋଇଥିଲା । ଆଶା ଥିଲା ସହରବାସୀଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ନୂଆଁ ପରିଷଦ ସହାୟକ ହେବ । ଇତି ମଧ୍ୟରେ କାଉନସିଲ ଗଠନ ହେବାର ଦୁଇ ବର୍ଷରୁ ଊର୍ଦ୍ଧ୍ବ ସମୟ ବିତିଯାଇଛି । ସହରର ମୌଳିକ ସମସ୍ୟା ସମାଧାନ କରିବାରେ କାଉନସିଲ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଦୁର୍ନିତି ଓ ଗୋଷ୍ଠୀବାଦରେ ଜର୍ଜରିତ ପୌର ପରିଷଦ ଲୋକଙ୍କ ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି l କାଉନସିଲ ବୈଠକର ଆଲୋଚନାକୁ ମିନଟ ଵୁକ୍ ରେ ଲିପିବଦ୍ଧ ହେଉନଥିବା ଅଭିଯୋଗ ହେଉଛି l ଶାସନ ରେ ଥିବା ବିଜେଡି ର ବହୁ କର୍ପୋରେଟର ଦୁର୍ନୀତି ଓ ଅନିୟମିତତା ର ଅଭିଯୋଗ ଆଣୁଛନ୍ତି l ବୈଠକ ନୀତି ନାୟମ ପ୍ରକାରେ ନିଦ୍ଧିଷ୍ଟ ସମୟରେ ବାସୁନଥିବା ,ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ଶ୍ରୀ ପୀତବାସ ପଣ୍ଡା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।
ଦୁର୍ନିତିରେ ଉବୁଡୁବୁ ବ୍ରହ୍ମପୁର ପୌର ସଂସ୍ଥା କୋରୋନା ସମୟରେ ବୁଲା ପଶୁ ପକ୍ଷୀ ମାନଙ୍କୁ ଖାଦ୍ୟ ଯୋଗାଇବାରେ ଦୁର୍ନିତି ଠାରୁ ଆରମ୍ଭ କରି ସହରରେ ବାଉଁଶ ବ୍ୟାରିକେଟରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନିତି , ପୋଖୋରୀ ଖୋଲା ଦୁର୍ନିତି, ଗଛ ଲଗାଇବାରେ ଦୁର୍ନିତି , କାନ୍ଥ ବାଡ଼ରେ ତୈଳଚିତ୍ର ଆଙ୍କିବାରେ ଦୁର୍ନିତି , ଡ୍ରେନ ଓ ରାସ୍ତା ଘାଟ ମରାମତିରେ ଦୁର୍ନିତି,ହୋଡ଼ିଂ ନିର୍ମାଣରେ ଦୁର୍ନିତି,ପାର୍କ ସୌନ୍ଦଜ୍ୟକରଣରେ ଦୁର୍ନିତି , ସହର ସଫେଇରେ ଦୁର୍ନିତି , ମଶା ମାରା ତେଲ ପ୍ରଭୃତିରେ କୋଟି କୋଟି ଟଙ୍କା ଦୁର୍ନିତି ରେ ସମ୍ପୃକ୍ତ ପୌର ପରିଷଦ ଶେଷରେ ନିଜ ଜନ ବିରୋଧୀ କାର୍ଯ୍ୟକୁ ଲୁଚେଇ ନ ପାରି ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସ୍ଵଷ୍ଠ ନିର୍ଦ୍ଧେଶ ଥିବା ଶ୍ଵତେ ଘର ପାନୁ ବୃଦ୍ଧିକୁ ପ୍ରତ୍ୟାହର ନ କରି ଅହେତୁକ ଘର ପାନୁ ବୃଦ୍ଧିକୁ ଯଥାର୍ଥ ବୋଲି କହିବା ପୌର ପରିଷଦ ନିଜର ଜନ ବିରୋଧୀ ଚରିତ୍ରକୁ ପ୍ରତିପାଦନ କରୁଛି । ଏହିପରି ସ୍ଥଳେ ଓଡ଼ିଶା ପୌର ସଂସ୍ଥା (ନିଗମ) ଆଇନ2003 ଧାରା ୪୮ ଅନୁଯାୟୀ ବ୍ରହ୍ମପୁର ମହାନଗର ନିଗମକୁ ଭାଙ୍ଗିବାର ସମୟ ଆସିଯାଇଛି ଓ ହୋଇଥିବା ବ୍ୟାପକ ହାଇଲୁଟ ର ତଦନ୍ତ କରିବା ପାଇଁ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ଶ୍ରୀ ପୀତବାସ ଦାବୀ କରିଛନ୍ତି ।