ବ୍ଳକ ସ୍ତରୀୟ ପରାମର୍ଶ ଶିବିର ପଞ୍ଜିକରଣ କଲେ ୨୩୯ ଜଣ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଳକ ପରିସରରେ ବ୍ଳକ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଥଲା l ଓଏଲଏମ୍ -ବିପିଏମ୍ -ଜଳନ୍ଧର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ, ଏହି ଶିବିରକୁ ଗଞ୍ଜାମ ବ୍ଳକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ ଉଦଘାଟନ କରିଥିଲେ l ଅତିଥି ରୂପେ ବିଡ଼ିଓ ଅଚ୍ୟୁତାନନ୍ଦ ଜାନି, ଜିଲ୍ଲା ନିୟୋଜନ ସଂସ୍ଥା -ଉପ ନିର୍ଦେଶକ -ଫାଲଗୁନି ସୁହାଇ ନାୟକ, ବିଧାୟକ ପ୍ରତିନିଧି ମାନସ କୁମାର ନାହାକ ଯୋଗଦେଇଥିଲେ l ଏହି ଅବସରରେ ସ୍ୱଳ୍ପ କାଳୀନ ଓ ଦୀର୍ଘ ମିଆଦ ପ୍ରଶିକ୍ଷଣ ସମ୍ବନ୍ଧୀୟ ସୂଚନା ଏବଂ ଚୟନ ଉପରେ ଆଲୋକପାତ କରାଯାଇଥିଲା l ଏଥିରେ ବିଭିନ୍ନ ମହାବିଦ୍ୟାଳୟ, ଆଇଟିଆଇ,ର ୨୩୯ ଜଣ ପଞ୍ଜିକରଣ କରିଥିଲେ l