ଭିନ୍ନକ୍ଷମଙ୍କୁ ସଠିକ ସମୟରେ ଭତ୍ତା ମିଳୁନଥିବା ଅଭିଯୋଗ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଆଇତିପୁର ଗ୍ରାମର ତପସ୍ୱିନୀ ସାମନ୍ତରାୟଙ୍କ ଝିଅ ଦିପ୍ତିମୟୀ ସାମନ୍ତରାୟ ଜନ୍ମରୁ ୮ବର୍ଷ ଧରି ଏକ ଅଜଣା ରୋଗରେ ପିଡିତ ହୋଇ ବିଛଣାରେ ପଡିରହିଛନ୍ତି । ଏସମ୍ପର୍କରେ ବାରମ୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବା ପରେ ତାଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ପରେ ତାଙ୍କ ନାମରେ ଭିନ୍ନକ୍ଷମ ଭତ୍ତା ମଞ୍ଜୁର କରାଯାଇଥିଲା । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର କଥା ହେଉଛି ଯେ ଏହି ଭିନ୍ନକ୍ଷମ ଭତ୍ତା ଉପରେ ନିର୍ଭର କରି ଚଳୁଥିବା ଭିନ୍ନକ୍ଷମ ଦିପ୍ତିମୟୀଙ୍କୁ ପ୍ରତିମାସରେ ସଠିକ ସମୟରେ ଭତ୍ତା ନମିଳିବାରୁ ସେ ଅସହାୟ ହୋଇପଡି ଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି ।