ମଧୁବାବୁ ପେନ୍ସନ୍ ଯୋଜନାରେ ୮୪ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ
ଆସିକା, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲା ପ୍ରଶାସନର ଅନୁମୋଦନ କ୍ରମେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏନଏସି କାର୍ଯ୍ୟାଳୟ ପରିସରରେ ଏକ ଭତ୍ତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଅଛି । ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ଙ୍କ ସଂଯୋଜନା ଓ ନଗରପାଳିକା ବିନେତା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ଭତ୍ତା ବଣ୍ଟନ ମେଳା କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସରୋଜ କୁମାର ପାଢୀ ଯୋଗଦେଇ ଆସିକା ଏନଏସି ପରିସରଭୁକ୍ତ ଅଞ୍ଚଳର ୮୪ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ । ଆସିକା ଏନ୍ଏସି ପକ୍ଷରୁ ଅନୁଷ୍ଠିତ ଏହି ଭତ୍ତା ବଣ୍ଟନ ମେଳା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ସତ୍ୟନାରାୟଣ ସ୍ୱାଇଁ, ଏନ୍ଏସି କର୍ମଚାରୀ ଇଂ ଲକ୍ଷ୍ମୀ ସିଂ, ସୁମନ୍ତ କୁମାର ସେନାପତି, ଅଜିତ୍ କୁମାର ପଟ୍ଟନାୟକ, ସୁଚିସ୍ମିତା ତ୍ରିପାଠୀ, ହରଜିତ୍ ସାଥୁଆ, ମନୋଜ କୁମାର ଗୌଡଙ୍କ ସମେତ ଏନ୍ଏସିର ବହୁ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।