ମର୍କତ ନଗର ଆବାସିକ ସଂଘ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମ୍ପ୍ରତିକ ସମୟରେ ଅଦିନିଆ ବର୍ଷା ସହିତ ହାଡ଼ଭଙ୍ଗା ଶୀତ ଯୋଗୁଁ ଗରିବ, ନିରାଶ୍ର୍ରୟ, ଅସହାୟ ଓ ଅବହେଳିତ ଲୋକମାନେ ରାସ୍ତାକଡ଼ ହେଉ ବା ଗଛମୂଳରେ ଅତି ଦୟନୀୟ ଭାବେ ଜୀବନ ଯାପନ କରୁଛନ୍ତି । ଶୀତରୁ ରକ୍ଷା ପାଇବା ପାଇଁ ସେମାନଙ୍କ ପାଖରେ ଅଛି ଘରଦ୍ୱାର ନା ଅଛି କମ୍ବଳ ନା ଅଛି ଶୀତବସ୍ତ୍ର । ଏସବୁ ସତ୍ତ୍ୱେ ଏହି ଗରିବ ଓ ନିରାଶ୍ରୟ ଲୋକମାନେ ଶୀତ ସହ ସଂଗ୍ରାମ କରି ଖୋଲା ଆକାଶ ତଳେ ଜୀବନ ଅତିବାହିତ କରୁଛନ୍ତି । ଏସବୁକୁ ହୃଦୟଙ୍ଗମ କରି ମର୍କତ ନଗର ଆବାସିକ ସଂଘ ଆନୁକୂଲ୍ୟରେ ଶତାଧିକ ନିରାଶ୍ରୟ ଓ ଗରିବ ପରିବାରଙ୍କୁ ସଦସ୍ୟ ଶ୍ରୀ ଅଶୋକ ମହାପାତ୍ରଙ୍କ ଦ୍ୱାରା ଶୀତବସ୍ତ୍ର (କମ୍ବଳ) ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ଦୟାନିଧି ଲୋଙ୍କାଙ୍କ ପୌରହିତ୍ୟରେ ପ୍ରାକ୍ତନ କର୍ପୋରେଟର ଶ୍ରୀମତୀ ସଂଯୁକ୍ତା ସାହୁ, ଯୁଗ୍ମ ସମ୍ପାଦକ ଶ୍ରୀ ବଙ୍କିମ ଚନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ଶ୍ରୀ ନିଶାକର ଦାଶ, ଶ୍ରୀ ସନ୍ତୋଷ କୁମାର ନନ୍ଦ, ସମାଜସେବୀ ଶ୍ରୀ ଗଦାଧର ସାହୁ ଓ ଶ୍ରୀ ଅକ୍ଷୟ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଗରିବ ନିରାଶ୍ରୟ ପରିବାରକୁ ଶୀତବସ୍ତ୍ର ବଣ୍ଟନ କରିଥିଲେ । ସଂଘର ଏପରି ପ୍ରୟାସକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ