ମହିଳାଙ୍କ ବେକରୁ ସୁନାହାର ଛିନ୍ତାଇ ଘଟଣାର ନାବାଳକ ଗିରଫ,ସୁନାହାର ଜବତ
ବାଲେଶ୍ୱର, (ସରୋଜ ପଣ୍ଡା):ଫକୀରମୋହନ ନଗର ଠାରେ ମହିଳାଙ୍କ ବେକରୁ ସୁନାହାର ଛିନ୍ତାଇ ଘଟଣାର ଜଣେ ନାବାଳକ ଗିରଫ ସହ ତା ନିକଟରୁ ଛିନ୍ତାଇ ସୁନାହାର ଜବତ ସହ କେ ଟି ଏମ ବାଇକ୍ ଓ ମୋବାଇଲ ଫୋନ ଜବତ କରାଯାଇଛି। ଏ ନେଇ ଆଜି ସନ୍ଧ୍ୟା ୭ ଟା ସମୟରେ ସଦର ଥାନା ପୋଲିସ ଗଣ ମାଧ୍ୟମକୁ ସୂଚନା ଦେଇଛି।ସୂଚନା ମୁତାବକ ଗତ ୬ ତାରିଖ ସତ୍ୟନଗର ରେ ଭଡ଼ା ନେଇ ରହୁଥିବା ସାମ୍ବାଦିକ ବିନାୟକ ମହାପାତ୍ର ଙ୍କ ପତ୍ନୀ ପ୍ରଣୟନୀ ମହାପାତ୍ର ମାର୍କେଟ ରୁ ଘରକୁ ଯାଉଥିବା ବେଳେ ଫକୀରମୋହନ ନଗର ରାସ୍ତାରେ ଦୁଇଜଣ ଯୁବକ ବାଇକରେ ଆସି ତାଙ୍କ ବେକରୁ ସୁନାହାର ଚିନ୍ତାଇ କରି ଫେରାର ହୋଇଯାଇଥିଲେ।ଏହି ଘଟଣାର ସଦର ଥାନା ପକ୍ଷରୁ ୪୦୩/୨୦୨୪ ମୂଳେ ମାମଲା ରୁଜୁ ହୋଇଥିଲା। ପୋଲିସ ଆଜି ଛିନ୍ତାଇ ରେ ସଂପୃକ୍ତ ଜଣେ ନାବାଳକ କୁ ଗିରଫ କରିଛି।