ମାଇଁ ଏନ୍ସିସି ଆଲୁମିନି ଆସୋସିଏସନ ପକ୍ଷରୁ ଜିଲ୍ଲାସ୍ତରୀୟ ମେଗା ପ୍ରତିଯୋଗିତା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ମାଇଁ ଏନ୍ସିସି ଆଲୁମିନି ଆସୋସିଏସନ ପକ୍ଷରୁ ମେଗା ପ୍ରତିଯୋଗିତା କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ପ୍ରତିବର୍ଷ କେନ୍ଦ୍ରାପଡା ଜିଲ୍ଲାର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ଆୟୋଜିତ ହୋଇଥାଏ । ଏହି ପ୍ରତିଯୋଗିତାରେ ଚଳିତବର୍ଷ ନୃତ୍ୟ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ ଓ ପ୍ରବନ୍ଧ ଲିଖନ (ଓଡିଆ ଭାଷାରେ) ପ୍ରଭୃତି ପ୍ରତିଯୋଗିତା କରାଯାଇଥିଲା । ପ୍ରତିଯୋଗିତାରେ ୬୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅହେତୁକ ଉତ୍କଣ୍ଠା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରାପଡା ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିଜିତ ବୋଷ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକାମାନେ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତା ଏନ୍ସିସି ବାଳକ ବିଭାଗର ଏଏନ୍ଓ ସତ୍ୟରଞ୍ଜନ ମିଶ୍ର ଓ ଏନ୍ସିସି ବାଳିକା ବିଭାଗର କ୍ୟାପ୍ଟେନ ସୀମା ମହାନ୍ତିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ ଏନ୍ସିସି କ୍ୟାଡେଟ୍ମାନଙ୍କ ସହ ମାଇଁ ଏନ୍ସିସି ଆଲୁମିନି ଆସୋସିଏସନର ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ରହି ଏହାକୁ ସୁପରିଚାଳନା କରିଥିଲେ । ମାଇଁ ଏନ୍ସିସି ଆଲୁମିନି ଆସୋସିଏସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ପାଳନ ହେଉଥିବା ହେତୁ ଏହା ଜିଲ୍ଲାରେ ଏକ ଅଗ୍ରଣୀ ପ୍ରତିଯୋଗିତା ଭାବେ ପରିଗଣିତ ହେଉଅଛି । ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନେ ହେଲେ ଗ୍ରୁପ୍ -ଏ ନୃତ୍ୟ ପ୍ରତିଯୋଗିତାରେ କେନ୍ଦ୍ରାପଡା ପବ୍ଲିକ ସ୍କୁଲର ସମୀକ୍ଷା ଲେଙ୍କା ପ୍ରଥମ, କେନ୍ଦ୍ରାପଡା ଓଡିଶା ଆଦର୍ଶ ବିଦ୍ୟାଳୟରର ଜେ.ପ୍ରାଚିତ ରାଜନନ୍ଦିନୀ ଦ୍ୱିତୀୟ, ସେଣ୍ଟ ଯୋଶେଫ୍ ସ୍କୁଲର ଶ୍ରେୟାସି ବିଶ୍ୱାଳ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଗ୍ରୁପ୍ -ବି ନୃତ୍ୟ ପ୍ରତିଯୋଗିତାରେ ଜବାହାର ନବୋଦୟ ବିଦ୍ୟାଳୟର ଦିବ୍ୟାଂଶ ପ୍ରିୟଲକ୍ଷ୍ମୀ ପ୍ରଥମ ସ୍ଥାନ, କେନ୍ଦ୍ରାପଡା ରେସିଡେନ୍ସିଆଲ ପବ୍ଲିକ ସ୍କୁଲ, ଦାନପୁରର ରାଖି ଦିଗଲ ଦ୍ୱିତୀୟ, କେନ୍ଦ୍ରାପଡା ପବ୍ଲିକ ସ୍କୁଲର ସାସ୍ୱତୀ ଯେନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଗ୍ରୁପ- ସି ନୃତ୍ୟ ପ୍ରତିଯୋଗିତାରେ ଓଡିଶା ଆଦର୍ଶ ବିଦ୍ୟାଳୟ କେନ୍ଦ୍ରାପଡାର ଗାର୍ଗି ପ୍ରିୟଦର୍ଶିନୀ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କେନ୍ଦ୍ରାପଡା ପବ୍ଲିକ ସ୍କୁଲର ନିହାରିକା ମଲ୍ଲିକ ଦ୍ୱିତୀୟ ଓ ପିଏନ୍ଏସ୍ କଲେଜର ଲିପ୍ସାରାଣୀ ପରିଡା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଗ୍ରୁପ୍ -ଏ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଜବାହାର ନବୋଦୟ ବିଦ୍ୟାଳୟର କୁମାର ସାଇ ସମ୍ଭବ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଦୀପଙ୍କର ବାରିକ ଦ୍ୱିତୀୟ, ଡେରାବିଶ ଓଡିଶା ଆଦର୍ଶ ବିଦ୍ୟାଳୟର ମଧୁପର୍ଣ୍ଣା ଜେନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଗ୍ରୁପ୍- ଡି ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଓଡିଶା ଆଦର୍ଶ ବିଦ୍ୟାଳୟର ଦୀପ୍ତିମାନ ଶତପଥୀ ପ୍ରଥମ, କେନ୍ଦ୍ରାପଡା ରେସିଡେନ୍ସିଆଲ ପବ୍ଲିକ ସ୍କୁଲ, ଦାନପୁରର ଅନନ୍ୟା ରୂଚିକା ମହାପାତ୍ର ଏବଂ କେନ୍ଦ୍ରାପଡା ପବ୍ଲିକ ସ୍କୁଲର ଅଙ୍କିତା ସାହୁ ଯୁଗ୍ମ ଦ୍ୱିତୀୟ ସ୍ଥାନ ଏବଂ କେନ୍ଦ୍ରାପଡା ପବ୍ଲିକ ସ୍କୁଲର ତ୍ରୟମ୍ ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଗ୍ରୁପ୍- ସି ସାଧାରଣ ଜ୍ଞାନ ପ୍ରତିଯୋଗିତାରେ କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସୁଶ୍ରୀ ଭାଗ୍ୟଶ୍ରୀ ଦାଶ ପ୍ରଥମ ହୋଇଥିବା ବେଳେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର କଲ୍ୟାଣୀ ଦାସ ଓ କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୁଦ୍ରପ୍ରସାଦ ଦାସ ଯୁଗ୍ମ ଦ୍ୱିତୀୟ ଏବଂ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଭାରତ ଭୂଷଣ ସ୍ୱାଇଁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଗ୍ରୁପ୍ -ଏ ଚିତ୍ରାଙ୍କନ ପ୍ରତିଯୋଗିତାରେ ସେଣ୍ଟ ଯୋଶେଫ୍ ସ୍କୁଲର ଶ୍ରେୟା ସୁମନ ଘୋଷ୍ ପ୍ରଥମ, ବେଲତଳ ୟୁପି ସ୍କୁଲ, ପଟ୍ଟାମୁଣ୍ଡାଇର ସୂର୍ଯ୍ୟ ପ୍ରକାଶ ନାଥ ଦ୍ୱିତୀୟ ଓ ଡେରାବିଶ ହାଇସ୍କୁଲର କିସନ କୁମାର ନାୟକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଗ୍ରୁପ୍ -ବି ଚିତ୍ରାଙ୍କନ ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟର ଏନ୍ କେ କୁନାଲ ପ୍ରଥମ ସ୍ଥାନ, ସେଣ୍ଟ ଜାଭିୟର ହାଇସ୍କୁଲର ସୂଚିସ୍ମିତା ସାହୁ ଦ୍ୱିତୀୟ, ଓଡିଶା ଆଦର୍ଶ ବିଦ୍ୟାଳୟ, ଡେରାବିଶର ସାଇ ନାରାୟଣ ବେହେରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଗ୍ରୁପ୍ -ସି ଚିତ୍ରାଙ୍କନ ପ୍ରତିଯୋଗିତାରେ ଓଡିଶା ଆଦର୍ଶ ବିଦ୍ୟାଳୟର ମନୋରଞ୍ଜନ ମହାନ୍ତି ପ୍ରଥମ, ଏମ୍ ଏନ୍ ହାଇସ୍କୁଲ, ପଟ୍ଟାମୁଣ୍ଡାଇର ସ୍ୱରୂପ କୁମାର ନାଥ ଦ୍ୱିତୀୟ, ସେଣ୍ଟ ଯୋଶେଫ୍ ସ୍କୁଲର ସିଦ୍ଧେଷ ପରିଡା ତୃତୀୟ ସ୍ଥାନ ହାସଲ କରିଛନ୍ତି । ସମସ୍ତ କୃତି ଛାତ୍ରଛାତ୍ରୀମାନଙ୍କୁ ଚଳିତମାସ ୨୪ତାରିଖ ରବିବାର ମାଇଁ ଏନ୍ସିସି ଆଲୁମିନି ଆସୋସିଏସନର ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରତିଯୋଗିତାର ଫଳାଫଳ ମଧ୍ୟ ମାଇଁ ଏନ୍ସିସି ଆଲୁମିନି ଆସୋସିଏସନର ଫେସ୍ବୁକ୍ ପେଜ୍ରେ ପାଇପାରିବେ । ମାଇଁ ଏନ୍ସିସି ଆଲୁମିନି ଆସୋସିଏସନ କେନ୍ଦ୍ରାପଡା ଜିଲ୍ଲାର ପ୍ରତିଭା ଅନ୍ୱେଷଣ ପ୍ରତିବର୍ଷ ଭଳି ଆଗାମୀ ଦିନମାନଙ୍କରେ ଆୟୋଜନ କରାଯିବ ବୋଲି ଆସୋସିଏସନର ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ ଜଣାଇଛନ୍ତି ।