ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରିବେ ବାପା

ହାଟଡିହି, (ବିକାଶ ବିଶ୍ୱାଳ ) : ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ସଜା କାଟୁତôବା ପୁଅକୁ ନିୟମିତ ଔଷଧ ଖୁଆଇ ତାଙ୍କ କିଡିନି ନଷ୍ଟ କରିଦେବା ସହିତ ଉପଯୁକ୍ତ ଚିକିତ୍ସା ନଦେଇ ମାରି ଦେଇଥିବା ବାପା ଅଭିଯୋଗ କରିଛନ୍ତି । ଏନେଇ ସେ ପୁର୍ବରୁ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରିଥିବାବେଳେ ଏବେ ପୁନର୍ବାର ଏହି ମୃତୁ୍ୟ ପାଇଁ ଜେଲ କର୍ତ୍ତୁପକ୍ଷ ଦାୟୀ ବୋଲି ଆଉ ଏକ ଆବେଦନ କରିବେ ବୋଲି କହିଛନ୍ତି । ନନ୍ଦିପଦା ଥାନା ସମଣା ଗ୍ରାମର ବାପା ଭାଷ୍କର ସାହାଙ୍କ ଅଭିଯୋଗ ଅନୁଯାଇ ସମଣାର ପୁର୍ବତନ ସରପଞ୍ଚ ବୈଷ୍ଣବ ବିଶ୍ୱାଳ ହତ୍ୟାକାଣ୍ଡ ଘଟଣାରେ ତାଙ୍କ ପୁଅ ପ୍ରଦୋଶ ସାହା (୩୩) ୨୦୧୭ ମସିହାରୁ ଆଜୀବନ କାରାଦଣ୍ଡ ଭୋଗ କରୁଥିବାବେଳେ ସେ କେନ୍ଦୁଝର ଜେଲରେ ଥିଲେ । ଅନେକଦିନ ଧରି ଜେଲ କର୍ତ୍ତୁପକ୍ଷ ତାଙ୍କୁ ବିଭିନ୍ନ ପ୍ରକାର ଔଷଧ ଖାଇବାକୁ ଦେଉଥିଲେ । ସେ ସମ୍ପୁର୍ଣ୍ଣ ସୁସ୍ଥ ଥିବାବେଳେ ସାମାନ୍ୟ କଣ କିଛି ହେଲେ ତାଙ୍କୁ ଡାକ୍ତର ନଦେଖାଇ ବିଭିନ୍ନ ପ୍ରକାର ଔଷଧ ଖୁଆଇ ଦେଇଥାନ୍ତି । ଯାହାଦ୍ୱାରା ସେ କିଡିନି ରୋଗରେ ପିଡିତ ହୋଇ ଯାଇଥିଲା । କିଡିନି ରୋଗରେ ପିଡିତ ହେବାପରେ ତାକୁ ଉପଯୁକ୍ତ ଚିକିତ୍ସା କରାଗଲା ନାହିଁ । ଗତ ମେ ମାସରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇତôଲେ । ସେଠାରେ ଡାକ୍ତର ତାକୁ ଚିକିତ୍ସା କରିବା ସହିତ ୮ଦିନ ପରେ ପୁନର୍ବାର ଆଶିବାକୁ କହିଥିଲେ । ମାତି୍ର ଜେଲ କର୍ତ୍ତୁପକ୍ଷ ତାକୁ ମାସେ ପରେ ଚିକିତ୍ସା ପାଇଁ ନେଇଥିଲେ । ଫଳରେ ସେତେବେଳେକୁ ସେ ଅଧିକ ଅସୁସ୍ଥ ହୋଇପଡିଥିଲା । ଏପରିକି ଗତ ୭ତାରିଖ ଦିନ କଟକ ବଡଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତୁ୍ୟ ଘଟିଲା ବୋଲି ବାପା ଭାଷ୍କର ସା କହିଛନ୍ତି । ତାକୁ ଅତ୍ୟଧିକ ମେଡିସିନି ଖୁଆଇ ଜେଲ କର୍ତ୍ତୁପକ୍ଷ ତାର କିଡିନି ଖରାପ କରିଦେବା ସହିତ ଉପଯୁକ୍ତ ଚିକିତ୍ସା ନଯୋଗାଇବାରୁ ତାର ମୃତୁ୍ୟ ଘଟିଲା ବୋଲି ଭାଷ୍କର ଅଭିଯୋଗ କରିଛନ୍ତି । ପୁର୍ବରୁ ମଧ୍ୟ ଭାଷ୍କର ଏନେଇ ମାନବାଧିକାର କମିସନଙ୍କ ନିକଟରେ ଜେଲ କର୍ତ୍ତୁପକ୍ଷଙ୍କ ବିରୁଦ୍ଧରେ ତାଙ୍କ ପୁଅକୁ ଅତ୍ୟଧିକ ମେଡିସିନି ଖୁଆଇ ଜେଲ କର୍ତ୍ତୁପକ୍ଷ ତାର କିଡିନି ଖରାପ କରିଦେଇଥିବା ନେଇ ଗତ ଅଗଷ୍ଟ ୨୧ ତାରିଖରେ ଏକ ଅଭିଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ