ମୋହନା ବ୍ଲକରେ ବାତ୍ୟା ପ୍ରସ୍ତୁତି ବୈଠକ
ମୋହନା, (ଅଂଶୁମାନ ପଣ୍ଡା):ସମ୍ଭାବ୍ୟ ବାତ୍ୟା ‘ ଦାନା’ ର ମୁକାବିଲା ପାଇଁ ବୁଧବାର ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବିଡ଼ିଓ ରାଜୀବ ଦାସ ଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକ କରାଯାଇଥିବା ବେଳେ ସମସ୍ତ ପ୍ରକାର ସମସ୍ୟାର ମୁକାବିଲା ପାଇଁ ପଞ୍ଚାୟତ ଓ ବ୍ଲକ୍ ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିବାକୁ ବୈଠକ ରେ ନିର୍ଦେଶ ଦିଆଯାଇଛି l ପଞ୍ଚାୟତ ଅଧିକାରି ମାନେ ନିଜ ନିଜ ପଞ୍ଚାୟତ କାର୍ଯ୍ୟଳୟରେ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯିବା ସହ ବିଦ୍ୟାଳୟ ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ ନିଜ ନିଜ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ରହିବାକୁ ନିର୍ଦେଶ ଦିଆଯାଇଛି l ସମସ୍ତ ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର କୁ ବାତ୍ୟା ଆଶ୍ରୟ ସ୍ଥଳ ଭାବେ ବ୍ୟବହାର କରିବା ସହ ପାହାଡିଆ ଓ ତଳୁଆ ଅଂଚଳରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନ କିମ୍ବା ଆଶ୍ରୟ ସ୍ଥଳରେ ରହିବାକୁ ଅନୁରୋଧ କରିଛି ପ୍ରଶାସନ l ଆଶ୍ରୟ ସ୍ଥଳରେ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯିବl ସହ ପ୍ରଶାସନ ସଜାଗ ରହିଛି ବୋଲି ବିଡ଼ିଓ କହିଛନ୍ତି l ମୋହନା ବ୍ଲକ ଏକ ପାହାଡ଼ିଆ ଅଞ୍ଚଳ ହୋଇଥିବା ଯୋଗୁଁ ଭୂସ୍ଖଳନ ହେବାର ସମ୍ଭାବନା ରହିଛି l ତେଣୁ ଏଥିପ୍ରତି ସତର୍କ ରହିବାକୁ ଅନୁରୋଧ କରିଛି ପ୍ରଶାସନ l ଏହି ବୈଠକ ରେ ଏବିଡିଓ ରମାକାନ୍ତ ଚୌଧୁରୀ, ବନ୍lଞ୍ଚଳ ଅଧିକାରି ଲକ୍ଷ୍ମୀ ପ୍ରସାଦ ବିଷୋୟୀ, ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରା ଓ ଜିଡିପିଓ ଦୀପକ ପ୍ରଧାନ ସମେତ ବିଭିନ୍ନ ବିଭାଗର ଅଧିକାରି ଯୋଗଦେଇଥିଲେ l