ରେତ ମୁଖ୍ୟ କେନାଲରେ ଘାଇ ଚାଷ ଜମି ଜଳମଗ୍ନ

କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି): ଭବାନୀପାଟଣା ସଦର ବ୍ଲକ ଦେପୁର ନିକଟିସ୍ଥ ରେତ ଜଳ ସେଚନ ପ୍ରକଳ୍ପର ବାମ ମୁଖ୍ୟ କେନାଲରେ ଶନିବାର ସକାଳୁ ଘାଇ ସୃଷ୍ଟି ହୋଇଛି। ଯାହାଫଳରେ କେନାଲ ର ପାଣି ନିକଟିସ୍ଥ ଚାଷ ଜମି ଗୁଡିକୁ ମାଡି ଯାଇ ଶତାଧିକ ଏକର ଚାଷ ଜମି ଜଳମଗ୍ନ ହୋଇଛି। ଶୁକ୍ରବାର ରାତିରେ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ପଟରୁ ପାଣି ବୋହି ଆସିବାରୁ ଏହି ଘାଇ ହୋଇଥିବା ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ପହଞ୍ଚି କେନାଲ ମରାମତି ପାଇଁ ଅନୁଧ୍ୟାନ ଆରମ୍ଭ କରିଛନ୍ତି। ତେବେ ଶନିବାର ମଧ୍ୟ ବର୍ଷା ଜାରି ରହିଥିବାରୁ ତଥା ଉକ୍ତ କେନାଲରେ ପାଣିର ସ୍ରୋତ ବନ୍ଦ ହୋଇ ନ ଥିବାରୁ ମରାମତି କରିବା ସମ୍ଭବ ହୋଇ ପାରି ନାହିଁ। ଘାଇ ଯୋଗୁଁ ହଟାତ କେନାଲ ପାଣି ଚାଲି ଆସିବାରୁ ଧାନ ଅମଳ ଅପେକ୍ଷାରେ ଥିବା ଚାଷ ସବୁ ପାଣିରେ ବୁଡି ନଷ୍ଟ ହେବା ସହ ଜମି ବାଲିଚର ହୋଈ ପଡ଼ିଛି। ଯାହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଏବେ ଚିନ୍ତାରେ କାରଣ ପାଲଟିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ