ଲୋକସେବା ପରିଷଦ ପକ୍ଷରୁ ଜିଲ୍ଲା ସ୍ତରୀୟ ସାରସ୍ଵତ ସମାରୋହ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଲୋକସେବା ପରିଷଦ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ପରିସରରେ ପତ୍ରିକା ସବୁଜପତ୍ର ଆନୁକୁଲ୍ୟରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ସାରସ୍ଵତ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ସମ୍ପାଦକ କୁରେଶୁ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ସମାରୋହର ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ଼.ଶଙ୍କର ପ୍ରସାଦ ପଣ୍ଡା  ଅଧ୍ୟକ୍ଷତା କରିଥିଲେ। ଗୋପାଳ କୃଷ୍ଣ ମଲ୍ଲିକ ଙ୍କ ସଂଯୋଜନାରେ  ‘ସାମ୍ପ୍ରତିକ ପରିସ୍ଥିତିରେ ଜନବାଦୀ ସାହିତ୍ୟ’ ଶୀର୍ଷକ ଆଲୋଚନାଚକ୍ର ରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼.ସୁରେନ୍ଦ୍ରନାଥ ପାଣିଗ୍ରାହୀ,ବିଶିଷ୍ଟ ଲେଖକ ଓ ସ୍ତମ୍ଭକାର ଭାଲଚନ୍ଦ୍ର ଷଡଙ୍ଗୀ, ସାହିତ୍ୟିକା ଡ଼.ବିଧୁପ୍ରଭା ରଥ,କବି ବୃନ୍ଦାବନ ପଣ୍ଡା ଅତିଥିଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ। ଭାଷା ସାହିତ୍ୟର ବିକାଶ ଘଟିଲେ ସମାଜର ଉନ୍ନତି ଘଟିବ ବୋଲି ଆଲୋଚନାଚକ୍ରରେ ମତପ୍ରକାଶ ପାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ କବି ତଥା ଆଇନଜିବୀ ଲିଙ୍ଗରାଜ ପୂଜାରୀ ଙ୍କ ଲିଖିତ କବିତା ସଂକଳନ ‘ନିଶବ୍ଦ-ଶବ୍ଦର ଧ୍ଵନି ‘ , ପତ୍ରିକା ସବୁଜପତ୍ର ର ନବବର୍ଷ ସଂଖ୍ୟା ଏବଂ କ୍ୟାଲେଣ୍ଡର କୁ ଅତିଥିବୃନ୍ଦ ଉନ୍ମୋଚନ କରିଥିଲେ। ବିଶିଷ୍ଟ ବ୍ୟକ୍ତିତ୍ୱ ଭାବେ ଭାଲଚନ୍ଦ୍ର ଷଡଙ୍ଗୀ,ବୃନ୍ଦାବନ ପଣ୍ଡା ଏବଂ ଡ଼.ବିଧୂପ୍ରଭା ରଥ ଙ୍କୁ ଉପଢୌକନ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଦ୍ଵିତୀୟ ଅଧିବେଶନରେ ଆୟୋଜିତ କାର୍ଯ୍ୟକ୍ରମରେ କବି ରାମଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ। ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ସଭାପତି ହରପ୍ରସାଦ ରଥ,ସାମ୍ୱାଦିକ ବିଭୁଧେନ୍ଦ୍ର ପାଢ଼ୀ,ଅଶେଷ ନାଥ ମିଶ୍ର ଅତିଥିଭାବେ ଯୋଗଦେଇଥିଲେ।କବି ପୀତବାସ ତ୍ରିପାଠୀ ଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ ରେ ବହୁ ସଂଖ୍ୟକ କବୟିତ୍ରୀ କବି ସ୍ବରଚିତ କବିତା ଆବୃତ୍ତି କରିଥିଲେ।ସମସ୍ତ କବୟିତ୍ରୀ କବି ମାନଙ୍କୁ ଅତିଥିବୃନ୍ଦ ସମ୍ମାନପତ୍ର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ