ଶେରଗଡ ବିକାଶ ରେ ରାଜା ଙ୍କ ଅତୁଳନୀୟ ଅବଦାନ

ଶେରଗଡ, (ଯୁଗାବ୍ଦ ନ୍ୟୁଜ):ଶେରଗଡ ରାଜବଂଶର ରାଜା ଉଦୟ ପ୍ରତାପ ସିଂଦେଓ ସୂର୍ଯ୍ୟ ବଂଶୀ ରାଜା ଶୋଭାଚନ୍ଦ୍ର ସିଂଦେଓ ଙ୍କ ଜ୍ୟେଷ୍ଠ ପୁତ୍ର, ମାତା କୃଷ୍ଣ ପ୍ରିୟା। ସେ ୧୯୧୪ ମସିହା ରେ ଜନ୍ମ ଗ୍ରହଣ କରିବା ସହ ସେତେବେଳର ଅବିଭକ୍ତ ବିହାର ବା ବର୍ତ୍ତମାନ ର ଛତିଶଗଡ଼ ରାଜ୍ୟ ର ରାୟପୁର ରେ ଥିବା ରୟାଲ କଲେଜ ରେ ଶିକ୍ଷା ଲାଭ କରିଥିଲେ। ୧୯୩୫ ମସିହାରେ ଶେରଗଡ ର ରାଜା ଭାବେ ରାଜ୍ୟାଭିଷେକ ହୋଈଥିଲା। ତାଙ୍କ ଜେଜେ ବାପା ଅଦୈତ ସିଂଦେଓ ସ୍ବାଧୀନତା ଆନ୍ଦୋଳନ ରେ ଈଂରେଜ ମାନଙ୍କ ସହ ଯୁଦ୍ଧ କରି ଶହୀଦ ହୋଈଥିଲେ। ଯାହାକୁ ପ୍ରଥମ ଶହୀଦ ଭାବେ ଏହି ଅଞ୍ଚଳରେ ସମସ୍ତେ ଜାଣନ୍ତି। ଶେରଗଡ ଗଡଜାତ ର ଶେଷ ରାଜା ଥିଲେ ରାଜା ଉଦୟ ପ୍ରତାପ ସିଂଦେଓ। ରାଜା ଉଦୟ ପ୍ରତାପ ସିଂଦେଓ ଜଣେ ଜ୍ଞାନୀ ସହ ବିଜ୍ଞ ସୁଶାସକ, ଶିକ୍ଷା ପ୍ରେମୀ, କଳା,ସଂସ୍କୃତି, ସାହିତ୍ୟିକ ଓ କ୍ରୀଡା ପ୍ରିୟ ପ୍ରଜାବତ୍ସଳ ସାଙ୍ଗକୁ ସୁବକ୍ତା,ଲେଖକ ଙ୍କ ପୃଷ୍ଠପୋଷକ ଥିଲେ। ସେ ଶେରଗଡ ପଞ୍ଚାୟତ ସମିତିର ପ୍ରଥମ ଅଧ୍ୟକ୍ଷ ଭାବେ ଆସନ ଅଳଙ୍କୃତ କରିଥିଲେ। ୧୯୩୫ ମସିହାରୁ ୧୯୫୩ ମଧ୍ୟରେ ଶେରଗଡ ଗଡଜାତ ଅଞ୍ଚଳରେ ଶିକ୍ଷାର ବିକାଶ ଲାଗି ବହୁ ବିଦ୍ୟାଳୟ ସ୍ଥାପନ କରିଥିଲେ। ତାଙ୍କ ଶାସନ କାଳ ସମୟରେ ରାଣୀଙ୍କ ନାମରେ ଛାତ୍ରୀ ମାନଙ୍କ ଲାଗି ଶ୍ରୀପଦ ମଞ୍ଜରୀ ବାଳିକା ଉଚ୍ଚ ବିଦ୍ୟାଳୟ କରିବା, ପଞ୍ଚାୟତ ସମିତି ନିର୍ମାଣ କରିବା, ମେଡ଼ିକାଲ ପ୍ରତିଷ୍ଠା, ଉଚ୍ଚ ଶିକ୍ଷା ଲାଗି ମହାବିଦ୍ୟାଳୟ ପ୍ରତିଷ୍ଠା କରିବା, ପ୍ରୌଢ ଶିକ୍ଷା ର ପ୍ରଚଳନ ଲାଗି ଓଡ଼ିଶାର ସୁନାମଧନ୍ୟ ଶିକ୍ଷାବିତ ଙ୍କୁ ଶେରଗଡ ଡକାଇ ଶିକ୍ଷା ସମ୍ମିଳନୀ ଆୟୋଜନ କରିବା, ଚାଷ ଜମିକୁ ଜଳସେଚନ ଲାଗି ଗଡଜାତ ଅଞ୍ଚଳରେ ଶତାଧିକ ପୋଖରୀ ଖନନ କରାଈବା,ଶେରଗଡ ରେ ଉନ୍ନତ କିସମର ଫଳ ବଗିଚା ସୃଷ୍ଟି କରିବା, କୃଷି ପ୍ରଦର୍ଶନୀ ର ଆୟୋଜନ କରିବା, ପ୍ରଭୁ ଜଗନ୍ନାଥ, ଲକ୍ଷ୍ମୀ ନାରାୟଣ, ରଘୁନାଥ, ବାବା ବୁଦ୍ଧେଶ୍ବର ଙ୍କ ମନ୍ଦିର ନିର୍ମାଣ,ଶେରଗଡ ର ଚତୁଃପାଶ୍ୱର୍ରେ ଚାରି ଦେବୀ ମା ରାମଚଣ୍ଡୀ, ମା ଶୀତଳା,ମା ଦକ୍ଷିଣକାଳୀ, ମା ଜୟଚଣ୍ଡୀ ଙ୍କୁ ସ୍ଥାପନ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ରହିଛି। ବର୍ତ୍ତମାନ ରାଜା ସାହେବ ଚାଲିଯିବା ର ବହୁତ ଦିନ ବିତିଯାଇଥିଲେ ମଧ୍ୟ ରାଜା ସାହେବଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଶେରଗଡ ସହରର ମଧ୍ୟରେ ରାଜା ସାହେବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଲାଗି ଶେରଗଡ ଜନସାଧାରଣ ଦାବି କରୁଛନ୍ତି। ଏହା ସହିତ ଶେରଗଡ ବାସୀଙ୍କ ଗର୍ବ, ଗୌରବ, ସ୍ବାଭିମାନ ଏବଂ ଅସ୍ମିତା ଯୋଡି ହୋଇ ରହିଛି। ଏହା ଶେରଗଡ ବାସୀଙ୍କ ଲାଗି ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଈଥିବା ବେଳେ ଏଥିପ୍ରତି ପ୍ରଶାସନ ତତ୍ବରତା ଅବଲମ୍ବନ କରି ଶେରଗଡ ସହର ରେ ରାଜା ସାହେବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କଲେ ତାଙ୍କର ଶେରଗଡ ପ୍ରତି ଥିବା ଅବଦାନ ଚିରସ୍ମରଣୀୟ ହୋଇ ରହିପାରନ୍ତା ବୋଲି ଶେରଗଡ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ