ଶ୍ରୀ ଶ୍ରୀ ବାଙ୍କନିଧି ଦେବ ଓ ବାବା ବେଲେଶ୍ୱରଙ୍କ ମନ୍ଦିର ରେ ଜାଗର ଯାତ୍ରା ଅନୁଷ୍ଠିତ
ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ):ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ନିକଟବରପଟଣା ଠାରେ ଅଧିଷ୍ଠିତ ମହାଦେବ ଶ୍ରୀଶ୍ରୀ ବାଙ୍କନିଧି ଦେବଙ୍କ ଜାଗର ଯାତ୍ରା ଅନୁଷ୍ଠିତ ହୋଇଛି ଏହି ଅଂଚଳରେ ଶହ ଶହ ବର୍ଷ ଧରି ଜାଗର ଯାତ୍ରା ପାଳିତ ହୋଇ ଆସୁଛି। ଚଳିତ ବର୍ଷ ମଧ୍ୟ ଶାନ୍ତି ଶୃଙ୍ଖଳାର ସହିତ ପାଳନ ହୋଇଛି l ପ୍ରଥମେ ମନ୍ଦିରରେ ହୋମ ଆଦି କାର୍ଯ୍ୟ ସମାପନ ପରେ ସମସ୍ତ ନୀତିକାନ୍ତି ସମାପନ ହୋଇ ଥିଲା ରାତ୍ରୀ ୧୦ଟା ବେଳକୁ ମହାଦୀପ ଉଠାଯିବାର କାର୍ଯ୍ୟକ୍ରମ ହୋଇ ଥିଲା । ଠାକୁର ଶ୍ରୀ ଶ୍ରୀ ବାଙ୍କନିଧି ଦେବ ଏହି ଅଂଚଳର ପ୍ରସିଦ୍ଧ ଠାକୁର ହୋଇଥିବା ବେଳେ ସେଥି ନିମନ୍ତେ ଅଂଚଳର ବହୁ ଶ୍ରଦ୍ଧାଳୁ ଏଠାରେ ଏକତ୍ରୀତ ହୋଇ ଜାଗର ରାତ୍ରିରେ ଉଜାଗର ରହି ଦୀପ ଜାଳି ଥାଆନ୍ତି ।ଏହି ବର୍ଷ ବହୁ ଶ୍ରଦ୍ଧାଳୁ ଭକ୍ତ ମାନେ ଆସିଦୀପ ଜାଳି ଥିଲେ l ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ,ଗ୍ରାମ୍ୟ କମିଟି,ପୋଲିସ୍ ପ୍ରଶାସନ ଏବଂ ଜନସାଧାରଣଙ୍କ ସହଯୋଗରେ ଶ୍ରୀ ଶ୍ରୀ ବାଙ୍କନିଧି ଦେବଙ୍କ ମହାଦୀପ ଉଠିବାର କାର୍ଯ୍ୟକ୍ରମ ସମାପନ ହୋଇ ଥିଲା l ସେହି ପରି ଆୟତପୁର ଗ୍ରାମ ନିକଟ ବାବା ବେଲେଶ୍ୱର ଙ୍କ ନିକଟରେ ଭକ୍ତ ମାନେ ଦୀପ ଜାଳି ପୂଜା ଆର୍ଚନା କରି କରିଥିଲେ