ସଟ ସର୍କିଟ ଯୋଗୁଁ ଆଦର୍ଶ ବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ସାନ ମୋଉଦା ଗାଁ ରେ ଥିବା ଆଦର୍ଶ ବିଦ୍ୟାଳୟ ର ଷ୍ଟୋର ରୁମ୍ ରେ ଭୟାବହ ଅଗ୍ନିକାଣ୍ଡ। ସୂଚନା ଅନୁସାରେ ସମୟ 10 ଘଟିକା ରେ ସ୍କୁଲ ପ୍ରାର୍ଥନା ସରିବା ପରେ କ୍ଲାସ ଆରମ୍ଭ ହେବା ସମୟରେ ସ୍କୁଲ ପିଲା ମାନେ ଧୂଆଁ ବାହାରୁଥିବା ଦେଖି ବିଦ୍ୟାଳୟ ର ଶିକ୍ଷକ ମାନଙ୍କୁ କହିଥିଲେ। ନିଆଁ ର ପ୍ରଭାବ ଏତେ ଜୋର ରେ ଥିଲା ଯେ ସ୍କୁଲ ରେ ଥିବା ଫାୟର ଏକ୍ସଟିଙ୍ଗୁସର ବି କାମ କରିନଥିଲା ପରେ ସ୍କୁଲ ଶିକ୍ଷକ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଖବର ପାଇ ପ୍ରାୟ ଦୁଇ ଘଣ୍ଟା ପରେ ନିଆଁ କୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ତେବେ ଷ୍ଟୋର ରୁମ୍ ରେ ଥିବା କାଗଜ ପତ୍ର ସହ୍ କାଠ ର ବେଞ୍ଚ ଡେସ୍କ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ସୁରକ୍ଷା ଦୃଷ୍ଟି ରୁ ବିଦ୍ୟାଳୟ କତୃପକ୍ଷ ସ୍କୁଲ ପିଲା ମାନଙ୍କୁ ଛୁଟି କରିଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ କହିବା ଅନୁଯାୟୀ ସୋଲାର ରୁ ଆସିଥିବା ତାର ର ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଛି। ବାରମ୍ବାର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ବେହେରା ଙ୍କୁ ଘଟଣା ବାବଦରେ ଅବଗତ କରିଥିଲି ସୁଦ୍ଧା ପ୍ରଧାନ ଶିକ୍ଷକ ସବୁଜାଣିଶୁଣି ନିରବ ରହିବାର କାରଣ କଣ ହେଇ ପରେ ବଲି ଅଞ୍ଚଳରେ ଚରଚାର ର ବିଷୟ ପାଲଟିଛି । ଶିକ୍ଷକ ଜାଣିଶୁଣି ନିଆଁ ଲଗାଇ ନାହାନ୍ତି ତ ? ଏ ବାବଦରେ ଜିଲ୍ଲା ଅଧିକରି ଦୃଢ଼ୋ କାଯ୍ୟଅନୁଷ୍ଟାନ ନେବା ନିହାତି ଦରକାର । କୁନିକୁନି କମଳ ମତି ପିଲା ମାନଙ୍କ ଭବିଷ୍ୟତ ସହିତ ଯେପରି ଆଉ କଣସି ଶିକ୍ଷକ ଆଉ ଖେଳିବେ ନାହିଁ ।