ସମ୍ଭାବ୍ୟ ବାତ୍ୟା “ଦାନା”ର ମୁକାବିଲା ନିମନ୍ତେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ‘ଦାନା’ର ପ୍ରଭାବରେ ସାମୁଦ୍ରିକ ବାତ୍ୟା ‘ଦାନା’ପ୍ରଭାବରେ ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ ବଢ଼ିବାରେ ଲାଗିଛି। ପାଗ ଅଧିକ କୋହଲା ହେବାରେ ଲାଗିଥିବାବେଳେ ସମୁଦ୍ର ଅଶାନ୍ତ ହେବା ସହିତ ଉଚ୍ଚା ଜୁଆର ସୃଷ୍ଟି ହେଉଛି। ଆଜି ରାତିରୁ ୨୫ ତାରିଖ ପାହାନ୍ତି ପ୍ରହର ଭିତରେ ଓଡ଼ିଶାରେ ତାଣ୍ଡବ ରଚିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ‘ଦାନା’ ଏବେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ସ୍ଥଳଭାଗ ଆଡକୁ ମାଡି ଆସୁଛି । ଏନେଇଲୋକସଭା ଭଵନ ରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ଜିଲ୍ଲାପାଳ ଓ ଏସପି ମାନଙ୍କ ସହ ସମୀକ୍ଷା କରିଛନ୍ତି l ଜିଲ୍ଲାରେ ଭଲ ପ୍ରସ୍ତୁତି ହୋଇଛି l ଆଗକୁ ମଧ୍ୟ ଏହିଭଳି କାର୍ଯ୍ୟ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଓ ଏସପି ଙ୍କୁ କହିଥିଲେ l ତଳିଆ ଅଂଚଳରୁ ଶତପ୍ରତିଶତ ସ୍ଥାନାନ୍ତରିତ କରିବା, ସ୍ଥାନାନ୍ତରିତ କରିବା ବେଳେ ଯଦି, କିନ୍ତ ଓ ପରନ୍ତୁ ନ ଲଗେଇ, ପୋଲିସ ସାହାର୍ଯ୍ୟ ରେ ଲୋକଙ୍କୁ ସ୍ଥାନାନ୍ତରିତ କରିବା, ଆଶ୍ରୟ ସ୍ଥଳୀ ରେ ଲୋକଙ୍କୁ ସମସ୍ତ ପ୍ରକାର ଖାଦ୍ୟ, ଔଷଧ, ଶିଶୁ ଖାଦ୍ୟ ଆଦି ମହଜୁଦ ରଖିବା, ପଶୁ ସମ୍ପଦ ମାନଂକୁ ଗୋ ଖାଦ୍ୟ ସହିତ ସେମାନଙ୍କୁ ସୁରକ୍ଷିତ ଉଚ୍ଚ ସ୍ଥାନରେ ରଖିବା, ଜିରୋ କାଜୁଆଲଟି କୁ ବଜାଇ ରଖିବା, ସମ୍ପୂର୍ଣ ଭାବେ ଆବଶ୍ୟକତା ଭିତିକ ହେବା ଆବଶ୍ୟକ ରହିଛି, ପ୍ରତି ଅଂଚଳ ର ଖବର ସଂଗ୍ରହ କରିକି କଣ୍ଟ୍ରୋଲ ରୁମ ସଂଗେ ସଂଗେ ଜଣାଇବା, ଯେଉ ଗାଁ ଗୁଡିକ ସମ୍ପୂର୍ଣ ଜଳ ମଗ୍ନ ହେବାର ଆଶଙ୍କା ରହିଛି ଚିନ୍ହଟ କରିବା,ଜିଲ୍ଲା, ଉପଖଣ୍ଡ ହସ୍ପିଟାଲ ଗୁଡିକ ରେ ବିଦ୍ୟୁତ ଗଲେ ବେକଆପ, ଲାଇଟ, ବ୍ୟାଟରୀ, ଜେନରେଟ ବ୍ୟବସ୍ଥା କରିବାକୁ ଗୁରତ୍ୱ ସହ ପାଳନ କରିବା, ଆଶ୍ରୟ ସ୍ଥଳୀ ରେ ଥିବା ଲୋକଙ୍କୁ ପୋଲିସ ଉପସ୍ଥିତ ରେ ଖାଦ୍ୟ ଏବଂ ରିଲିଫ ବଣ୍ଟନ କରିବା, ଏଥିରେ କେହି ରାଜନୀତି କରୁଛି, ତାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ, ସମସ୍ତ ଙ୍କୁ ସମାନ ଆଧାର ରେ କାମ କରିବେ, ଯେଉ ଅଂଚଳ ର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି,ସେହି ଅଂଚଳ ରେ ଚୋରି କୁ ଦୃଷ୍ଟି ରେ ରଖି ପୋଲିସ ପକ୍ଷରୁ କଡାକଡି ପେଟ୍ରୋଲିଙ୍ଗ କରିବାର ବ୍ୟବସ୍ଥା କରିବା, ବନ୍ୟା କିମ୍ବା ବାତ୍ୟା ହେଲେ ଫିଲଡ ରେ ଥିବା ଅଫିସର ମାନଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ସଫଳତା ସହ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି l ଏହା ସହିତ କିରୋସିନ ପର୍ଯ୍ୟାପ୍ତ ପରିମାଣରେ ପଂଚାୟତ କୁ ପଠାଇବାର ବ୍ୟବସ୍ଥା କରନ୍ତୁ, ମହିଳା ସଂଘ, ସାମାଜିକ ସଂଗଠନ ଓ ଯୁବ ସଂଗଠନ ମାନଂକୁ ସାମିଲ କରାନ୍ତୁ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଥିଲେ, ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଥିବା ଓସ୍ୱାନ ହଲ ଠାରେ ଆଭାସୀ ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର, ପ୍ରୋବେଶନାଲ ଆଇ ଏ ଏସ ଅଫିସର ପ୍ରଣିତା ଦାସ, ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ଓ ଡେପୁଟି କଲେକ୍ଟର (ଜରୁରୀ କାଳୀନ ) ଆୟୁଷି ପତି ପ୍ରମୁଖ ଉପସ୍ଥିତ ଥିବା ବେଳେ ବ୍ରହ୍ମପୁର ଠାରେ ବ୍ରହ୍ମପୁର ଏସପି ଯୋଡି ହୋଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ