ସମ୍ଭାବ୍ୟ ବାତ୍ୟା ନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆଇଏମ୍ଡିର ସତର୍କ ସୂଚନା ଅନୁଯାୟୀ ସମ୍ଭାବ୍ୟ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳରେ ୨୪ ଓ ୨୫ ତାରିଖ ମଧ୍ୟରେ ପ୍ରବଳ ବର୍ଷା ଓ ବାତ୍ୟା ଜନିତ କ୍ଷୟକ୍ଷତି ଆଶଙ୍କା ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଯେଉଁ ନିର୍ଦେଶନାମା ଜାରି କରାଯାଇଛି ସେହି ଆଧାରରେ କେନ୍ଦ୍ରପଡା ଜିଲ୍ଲାପ୍ରଶାସନ ବାତ୍ୟା ମୁକାବିଲା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ନିର୍ଦେଶ ଅନୁଯାଇ ବେଷାମରିକ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ବ୍ଲକ ଓ ପୈାରାଞ୍ଚଳକୁ ୩୪୫ କ୍ୱିଣ୍ଟାଲ ଚୁଡା, ୩୪.୫ କ୍ୱିଣ୍ଟାଲ ଗୁଡ ଓ ୯୪୦ ପ୍ୟାକେଟ ବିସ୍କୁଟ ଯୋଗାଇ ଦିଆଯାଇଛି। ଯଦିଚ ୮୯୧ କ୍ୱିଣ୍ଟାଲ ଚୁଡା, ୧୧୦ କ୍ୱିଣ୍ଟାଲ ଗୁଡ ଓ ୧୩୯୫ ପ୍ୟାକେଟ୍ ବିସ୍କୁଟର ଆବଶ୍ୟକତା ଥିଲା ଆଜି ଅପରାହ୍ନ ୩ଟା ସୁଦ୍ଧା ବେଷାମରିକ ଯୋଗାଣ ବିଭାଗ ଉପରୋକ୍ତ ସାମଗ୍ରୀ ଯୋଗାଇ ଦେଇଥିବା ବେଳେ ଆଜି ରାତି ସୁଦ୍ଧା ବଳକା ସାମଗ୍ରୀ ପ୍ରତି ବ୍ଲକ ଓ ପୈାରାଞ୍ଚଳରେ ପହଞ୍ଚାଇ ଦିଆଯିବ ବୋଲି ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ମାଧ୍ୟମରେ ସୂଚନା ଦିଆଯାଇଛି। ଏଥିସହିତ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସ କୋଟାରୁ ଏନଏଫଏସଏ ଏବଂ ଏସଏଫଏସଏସ ଯୋଜନାରେ ଡିଲରମାନଙ୍କ ଦ୍ୱାରା ଯୋଗ୍ୟ ହିତାଧିକାରୀମାନଙ୍କୁ ଚାଉଳ ପ୍ରଦାନ କରାଯାଇଥିବା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦି।।ଯାଇଛି। ପ୍ରକୃତରେ କିନ୍ତୁ ସେପ୍ଟେମ୍ବରମାସ ଶେଷ ସପ୍ତାହରେ ଖାଉଟି ମାନଙ୍କୁ ବଣ୍ଟନ ପାଇଁ ଡିଲରମାନଙ୍କୁ ଚାଉଳ ଯୋଗାଇ ଦିଆଯାଇଥିଲେ ମଧ୍ୟ ଆଜି ଡିଲରମାନଙ୍କୁ ସେହି ଚାଉଳ ବଣ୍ଟ କରାଯିବାକୁ ନିର୍ଦେଶ ଦିଆଯାଇଥିଲେବି ବହୁ ସ୍ଥାନରେ ଇଣ୍ଟରନେଟ୍ ସମସ୍ୟା ଯୋଗୁଁ ଆଜି ସନ୍ଧ୍ୟା ସୁଦ୍ଧା ମାତ୍ର ୧୦ ପ୍ରତିଶତ ହିତାଧିକାରୀ ଚାଉଳ ପାଇବାକୁ ସକ୍ଷମ ହୋଇଛନ୍ତି। ୨୪ ତାରିଖ ଦିନ ସକାଳୁ ପ୍ରବଳ ବର୍ଷା ଓ ୨୫ ତାରିଖ ଦିନ ବାତ୍ୟା ଉପକୁଳ ଛୁଇଁବା ଆଶଙ୍କା ଥିବାରୁ ପ୍ରଶାସନର ନିର୍ଦେଶକୁ ଯୋଗାଣ ବିଭାଗ କିପରି ପାଳନ କରୁଛି ତାହା ଏଥିରୁ ସ୍ପଷ୍ଟ ହୋଇଛି।