ସରପଞ୍ଚ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ମୌଳାଭଞ୍ଜା ଗ୍ରାମ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତତା ଓ ସରପଞ୍ଚଙ୍କ ମନମୁଖି କାର୍ଯ୍ୟ କଳାପକୁ ନେଇ ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ପଞ୍ଚାୟତର ୧୫ ଜଣ ୱାର୍ଡ ସଭ୍ୟ ସଭ୍ୟା ମାନେ ଶୁକ୍ରବାର ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଧିନା ଦସ୍ତିଦାର୍ ଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । ସରପଞ୍ଚଙ୍କ ଏହି ମନମୁଖି କାର୍ଯ୍ୟ ବିରୁଦ୍ଧରେ ନାଏବ ସରପଞ୍ଚ ବିଟୁ ଗୌଡ ଙ୍କ ସଭାପତିତ୍ବରେ ନୂଆଁ ମୌଳାଭଞ୍ଜା ସ୍ଥିତ କୋଠଘର ଗୃହରେ ଆୟୋଜିତ ଏକ ସ୍ବତନ୍ତ୍ର ବୈଠକରେ ପଞ୍ଚାୟତର ୧୫ ଜଣ ୱାର୍ଡ ସଭ୍ୟ ସଭ୍ୟା ମାନେ ଯୋଗଦେଇ ଏକ ବୈଠକ କରିବା ସହିତ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଆଣିବାକୁ ପ୍ରସ୍ତାବ ଆଗତ କରିଥିଲେ । ଦୀର୍ଘ ଦିନ ହେଲା ସରପଞ୍ଚ ବର୍ଷା ସେଠୀ ପଞ୍ଚାୟତର ପଞ୍ଚାୟତ ମାସିକ ବୈଠକରେ ଅନୁପସ୍ଥିତ ରହିବା ସହ ୱାର୍ଡର ସଭ୍ୟ ସଭ୍ୟା ଓ ନାଏବ ସରପଞ୍ଚଙ୍କୁ ଅଣଦେଖା କରି ସମସ୍ତ କାର୍ଯ୍ୟରେ ତାଙ୍କ ସ୍ଵାମୀ ପିଣ୍ଟୁ ସେଠୀଙ୍କ ସଭାପତିତ୍ବରେ କାର୍ଯ୍ୟକାରୀ ହେଉଥିବା ନେଇ ଅଭିଯୋଗ କରିଛନ୍ତି। ବିଭିନ୍ନ ସାହିରେ ଆଲୋକ ବ୍ୟବସ୍ଥା ସମ୍ପର୍କିତ ଖର୍ଚ୍ଚ, ଦୀର୍ଘ ଦିନରୁ ଭତ୍ତା ପାଉନଥିବା ଯୋଗ୍ୟ ହିତାଧିକାରୀଙ୍କୁ ଅଣଦେଖା କରି ନିଜ ଶାଶୁ ଶଶୁର ସମ୍ପର୍କୀୟଙ୍କୁ ପ୍ରାଧାନ୍ୟ ଦେଇ ମଧୁବାବୁ ପେନସନରେ ଅନ୍ତର୍ଭୁକ୍ତ କରିବା ସହ ହରିଶ୍ଚନ୍ଦ୍ର ଯୋଜନାରେ ହିତାଧିକାରୀଙ୍କ ଅଗ୍ରୀମ ଟଙ୍କା ଚେକ୍ ମାଧ୍ୟମରେ ସରପଞ୍ଚ ଙ୍କ ସ୍ଵାମୀ ପିଣ୍ଟୁ ସେଠୀ ପ୍ରତ୍ୟକ୍ଷ ଭାବେ ବ୍ୟାଙ୍କରୁ ଟଙ୍କା ଉଠାଣ କରିବା ଆଇନ ସଂଗତ ନୁହଁ ବୋଲି ଉପସ୍ଥିତ ୱାର୍ଡ ସଭ୍ୟ ସଭ୍ୟା ଅଭିଯୋଗ କରିଛନ୍ତି। ଏପରିକି ପଞ୍ଚାୟତର କାର୍ଯ୍ୟାଳୟରେ ଥିବା ଜେରକ୍ସ ମେସିନକୁ ନିଜ ଘରେ ରଖିଥିବା ବେଳେ ପଞ୍ଚାୟତକୁ ଫେରାଉ ନାହାଁନ୍ତି । ପଞ୍ଚାୟତକୁ ଆସୁଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନର ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାରେ ୱାର୍ଡ଼ ସଭ୍ୟ ସଭ୍ୟାଙ୍କୁ ଅଣଦେଖା କରିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଏହାସହ ବିଭିନ୍ନ ସମୟରେ ହେଉଥିବା ପଲ୍ଲୀ ସଭା,ଗ୍ରାମ ସଭା ରେ ସରପଞ୍ଚ ବର୍ଷା ସେଠୀ ଅନୁପସ୍ଥିତ ରହିବା ସହ ସ୍ବାମୀ ପିଣ୍ଟୁ ସେଠୀ ଅଧ୍ୟକ୍ଷତା କରୁଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପଞ୍ଚାୟତରେ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟକୁ ସେ କାହାକୁ ନ ଜଣାଇ ପିଣ୍ଟୁ ସେଠୀ ନିଜେ ମନଇଛା ବିଲ କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଏଭଳି ସରପଞ୍ଚ ବିଭିନ୍ନ ଆର୍ଥିକ ଦୁର୍ନୀତିରେ ଜଡିତ ଥିବାରୁ ମୌଳାଭଞ୍ଜା ଗ୍ରାମପଞ୍ଚାୟତର ୱାର୍ଡ ସଭ୍ୟସଭ୍ୟା ମାନେ ନାଏବ ସରପଞ୍ଚ ବିଟୁ ଗୌଡଙ୍କ ନେତୃତ୍ୱରେ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଆଗତ କରି ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଉକ୍ତ ଅନାସ୍ତା ପ୍ରସ୍ତାବରେ ମୌଳାଭଞ୍ଜା ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚଙ୍କ ସହିତ ୧୫ ଜଣ ୱାର୍ଡ ସଭ୍ୟ ସଭ୍ୟାଙ୍କ ବିଟୁ ଗୌଡ଼,ସୁଶାନ୍ତ ସାହୁ,ସୁମିତ୍ରା ପ୍ରଧାନ,ରୀନା ପଣ୍ଡା ରଞ୍ଜନ ସେଠୀ,ମେନକା ସ୍ବାଇଁ ବିନୋଦ ଜେନା, ସୁନିତା ମହାଙ୍କୁଡ, ପ୍ରଭାସିନୀ ସେଠୀ,କୁନି ଗୌଡ଼, ଇ, ଶିବାନୀ ଦୋରା,ଗାୟତ୍ରୀ ସେଠୀ, ପାଣ ପ୍ରଧାନ,ହରି ବେହେରା,ବି, ପ୍ରଦୀପ ଦୋରା ପ୍ରମୁଖ ଦସ୍ତଖତ ସମ୍ବଳିତ ଅନାସ୍ଥା ପ୍ରସ୍ତାବ ପାଇଁ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ଅଫିସ୍ ଦାବିପତ୍ର ଦେଇଛନ୍ତି । ଏହାର ଏକକିତା ନକଲ ସାନଖେମୁଣ୍ଡି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ଙ୍କ ଅବଗତି ନିମନ୍ତେ ବ୍ଲକ ଅର୍ଥ ବିଭାଗୀୟ ଅଧିକାରୀ ସଂଜିତ୍ ସୁମନ ଙ୍କୁ ଅନାସ୍ଥା ପ୍ରସ୍ତାବ ଦାବିପତ୍ର ପ୍ରଦାନ କରିଛନ୍ତି। ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଉ କିଛି ପଞ୍ଚାୟତରେ ମଧ୍ୟ ଆଗକୁ ଅନାସ୍ଥା ପ୍ରସ୍ତାବ ହେବା ନେଇ ଆଶଙ୍କା ରହିଥିବା ଶୁଣିବାକୁ ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ