ସାଂସଦ ଅନନ୍ତ ନାଏକ ଜନସାଧାରଣ ଓ ସମର୍ଥକଙ୍କ ସହିତ ହୋଲି ପାଳିଲେ

କରଞ୍ଜିଆ,(ଜିତେନ୍ଦ୍ର ରାଜ): ମୟୁରଭଞ୍ଜଜିଲ୍ଲାର ପଞ୍ଚାପିଢ ଅଞ୍ଚଳରେ ହୋଲି ପର୍ବ ପାଇଁ ଶନିବାର ଉତ୍ସବମୁଖର ହୋଇଉଠିଥିଲା । କରଞ୍ଜିଆ ସହର ଦିନ ୧୨ଟା ପର୍ଯ୍ୟନ୍ତ ରଙ୍ଗର ପର୍ବ ହୋଲି ପାଇଁ ସର୍ବତ୍ର ଉତ୍ସବ ମୁଖହୋଇ ଥିଲା । ବିଭିନ୍ନ ଲୋକେ ପରସ୍ପର ମଧ୍ୟରେ ଶୁଭେଛା ଆଦାନ ପ୍ରଦାନ, ମିଠା ଖୁଆ, ଅବିର ଲଗା ପର୍ବ ପାଳନହୋଇଥିଲା। ଆଜି କେନ୍ଦୁଝର ସାଂସଦ ଅନନ୍ତ ନାଏକ କରଞ୍ଜିଆ ଆସି ନିର୍ବାଚନମଣ୍ଡଳୀର ଜନ ସାଧାରଣଙ୍କୁ ହୋଲି ପାଇଁ ଶୁଭେଛା ଜଣାଇବା ସହ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ଏଥି ସହ ସେ ସମର୍ଥକ ଙ୍କ ଗହଣ ରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରୁ ବାହାରି କରଞ୍ଜିଆ ବଜାର ଯାକ ବୁଲି ରାଧାକୃଷ୍ଣ ଙ୍କ ପୂଜାର୍ଚନା ସହିତ ଦଳୀୟ କର୍ମୀ, ନେତା ଏବଂ ଜନସାଧାରଣ ଙ୍କ ସହ ରଙ୍ଗ ଖେଳିଛନ୍ତି।ସାଂସଦ ଙ୍କ ସହିତ ପୂର୍ବତନ ଜିଲ୍ଲାସଭାପତି କୃପାସିନ୍ଧୁ ମହାନ୍ତ, ବାଞ୍ଛାନିଧି ପୃଷ୍ଟି, ବରିଷ୍ଠ ନେତା ନବକିଶୋର ପଣ୍ଡା,ଜିଲ୍ଲାସାଧାରଣ ସମ୍ପାଦକ ତଥା ସଂସଦଙ୍କ ପ୍ରତିନିଧି ଆଶିଷ କୁମାର ମହାନ୍ତ, ଜିଲ୍ଲା ଉପସଭାପତି ଦନାର୍ଦନ ବେହେରା,ନଗର ସଭାପତି ସମ୍ବିଧାନ ମହାପାତ୍ର,ଲୁନା ମିଶ୍ର, ଲକ୍ଷ୍ମୀକାନ୍ତ ରାମ, ଲକ୍ଷ୍ମୀ ଝା, ଗ୍ରାମୀଣ ମଣ୍ଡଳ ସଭାପତି ସୁନାମଣୀ ହୋ, ଜ୍ୟୋସ୍ନାରାଣୀ ମହାନ୍ତ, ଚନ୍ଦନ ପାତ୍ର, ସଞ୍ଜୀବ ପାଣିଗ୍ରାହୀ, ମନୋଜ ସେଠୀ,କ୍ଷୀରୋଦ ମହାନ୍ତ, ମନ ଜେନା, ଜ୍ୟୋତିଶଙ୍କର ଦାସ ପ୍ରମୁଖ ଙ୍କ ସହିତ ଅନ୍ୟ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ