ସାମ୍ବାଦିକ ସଂଘ ପକ୍ଷରୁ ଜଳଛତ୍ର
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା ଚାରିଛକ ସାମ୍ବାଦିକ ସଂଘ ତରଫରୁ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଜଳସେବା କେନ୍ଦ୍ର ଖୋଲାଯାଇଥିଲା । ଆଜି କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପ୍ରଥମପାଳି ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା। ମା ମଙ୍ଗଳାଙ୍କ ଦର୍ଶନ ଲାଗି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଏହି ରାସ୍ତା ଦେଇ ଯାଇଥିଲେ। ପ୍ରଚଣ୍ଡ ଖରାରେ ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀ ଓ ଶ୍ରଦ୍ଧାଳୁ ମାନଙ୍କ ତୃଷା ମେଣ୍ଟାଇବା ପାଇଁ ସାମ୍ବାଦିକ ସଂଘ ତରଫରୁ ଜଳଛତ୍ର ଖୋଲା ଯାଇଥିଲା। ସାମ୍ବାଦିକ ସଂଘର ସଭାପତି ପ୍ରଫୁଲ କୁମାର କର ଉକ୍ତ ଜଳଛତ୍ର କୁ ଉଦ୍ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସଂପାଦକ ବସନ୍ତ କୁମାର ଦାସ, ମିଡିଆ ସେଲର ସଂଯୋଜକ ବସନ୍ତ କୁମାର ମଲ୍ଲ, ପ୍ରଫୁଲ୍ଲ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ, ଉପଦେଷ୍ଟା ମୂରଲୀଧର ଭାରତୀ, ପ୍ରଫେସର ଗୋପୀନାଥ କର, କାହ୍ନୁ ଚରଣ ବେହେରା, କୃପାସିନ୍ଧୁ ଭୋଳ, ହିମାଂଶୁ ଭୂଷଣ ଦାଶ,ପ୍ରକାଶ ଚନ୍ଦ୍ର ଦାଶ, ପ୍ରଫୁଲ୍ଲ କୁମାର ପାତ୍ର, ମୋହନ କୁମାର ଦାସ, ସୁଧିର ଚନ୍ଦ୍ର ଜେନା, ଅରୁଣ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରି ଥିଲେ।